fbpx

୧୯୧ ବର୍ଷ ବୟସରେ ବି ସୁସ୍ଥ ସବଳ ରହିଛି ଏହି କଇଁଛ, ଜାଣନ୍ତୁ ଏହା ବିଷୟରେ କିଛି ଅଜଣା କଥା…

ଓଡିଶା ଭାସ୍କର: କୁହାଯାଏ ଯେ, ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି। କିନ୍ତୁ ଜନ୍ମ ଦେବା ଭଗବାନଙ୍କ ହାତରେ ମରଣ ବି ଦେବା ଭଗବାନଙ୍କ ହାତରେ। କାହାର ଦିନକରେ ମୃତ୍ୟୁ ହୋଇଥାଏ ତ ପୁଣି ଆଉ କାହାର ଲମ୍ବା ଆୟୁଷ ଥାଏ। ଧର୍ମବଳରେ ଯେକୌଣସି ଜୀବ ନିଜ ଆୟୁଷ ଅତିକ୍ରମ କରିବା ପରେ ବି ମଧ୍ୟ ସୁସ୍ଥ ଭାବେ ଜୀବନ୍ତ ରହିଥାଏ। ତେବେ ଏଭଳି ଏକ ବାସ୍ତବ ଘଟଣା ଅଛି ଯାହାକୁ ଜାଣି ଆପଣ ଅନୁଭବ କରିପାରିବେ ଯେ ଧର୍ମର ଶକ୍ତି କେତେ।

ସୂଚନା ଥାଉକି, ଚଳିତ ସପ୍ତାହରେ ବିଶ୍ୱର ସବୁଠୁ ବୟୋଜ୍ୟେଷ୍ଠ ଜୀବନ୍ତ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’ ନାମକ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି। ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା। ୧୮୮୨ ମସିହାରେ ସେସେଲ୍‌ଜ୍‌ରୁ ସେଣ୍ଟ୍‌ ହେଲନା ଦ୍ୱୀପକୁ ଅଣାଯାଇଥିବା ବେଳେ ତାକୁ ୫୦ ବର୍ଷ ହୋଇଥିଲା। ଏହି ପ୍ରଜାତି କଇଁଛ ମାନଙ୍କର ଆୟୁଷ ସାଧାରଣତଃ ୧୫୦ ବର୍ଷ, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଜନାଥନ୍ ସେ ତା’ର ସମୟସୀମା ଅତିକ୍ରମ କରିଗଲାଣି।

ଆଉ ସବୁଠୁ ବଡ଼ କଥା ହେଉଛି, ଏହି ବିଶାଳ କଚ୍ଛପ ଏବେ ବି ସୁସ୍ଥ ସବଳ ଅଛି। ଆଘ୍ରାଣ ଶକ୍ତି ଏବଂ ମୋତିଆ ବିନ୍ଦୁ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିଲେ ବି ‌ତା’ର କ୍ଷୁଧା ଅପରିବର୍ତ୍ତିତ ରହିଛି। ଏଥିପାଇଁ ସପ୍ତାହକୁ ଥରେ ତାକୁ ହାତରେ ଖୁଆଇ ମଧ୍ୟ ଦିଆଯାଉଛି। ଖାଦ୍ୟ ଭାବେ ତାକୁ ଫଳ ଓ ପରିବା ଦିଆଯାଉଥିବା ଜଣାପଡିଛି। ଏହା ସହ ସେ ଖରାରେ ବସିବାକୁ ବହୁତ ପସନ୍ଦ କରିଥାଏ। କିନ୍ତୁ, ଅତ୍ୟାଥିକ ଖରା କାଟିଲେ ସେ ଛାଇରେ ଆସି ବିଶ୍ରାମ ନେଇଥାଏ। ଆଉ ଶୀତଦିନେ ଝଡ଼ିପଡ଼ିଥିବା ପତ୍ର ଭିତରେ ସେ ପୋତି ହୋଇ ରହିଥାଏ। ସେହିପରି ସେ ବୃଦ୍ଧାବସ୍ଥା ପହଞ୍ଚିଥିଲେ ବି ମଧ୍ୟ ପ୍ରତିବର୍ଷ ତା’ର ଜନ୍ମଦିନକୁ ବଡ଼ ଧୁମଧାମରେ ପାଳନ କରାଯାଇଥାଏ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ତାକୁ ଭାରି ଶ୍ରଦ୍ଧା କରିଥା’ନ୍ତି।

Get real time updates directly on you device, subscribe now.