fbpx
BJD
BJD SKY
BJD SKY

(Video) ଅର୍ଶଦ ନଦୀମଙ୍କ ସହ ନୀରଜଙ୍କ ଏହି ଭିଡିଓ ହେଉଛି ଭାଇରାଲ: ପଦକ ସହ ମନ କିଣିଲେ ‘ସୁନା’ ପୁଅ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଅଲିମ୍ପିକ ଏବଂ ଏସୀୟ କ୍ରୀଡ଼ା ପରେ ପୁଣିଥରେ ସେ ପାଲଟି ଯାଇଛନ୍ତି ଭାରତର ‘ସୁନା’ ପୁଅ । ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତି ସେ ସାରା ଭାରତୀୟଙ୍କ ମନରେ ଏବେ ରାଜ୍ କରୁଛନ୍ତି । ତେବେ କେବଳ ଏତିକି ନୁହେଁ, ତାଙ୍କର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ କେବଳ ଭାରତୀୟମାନେ ପ୍ରଶଂସା କରି ନାହାନ୍ତି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର କୋଟି କୋଟି ୟୁଜର ମଧ୍ୟ ଏହି ଭିଡିଓକୁ ଖୁବ ପସନ୍ଦ କରିଥିବା ଦେଖାଯାଇଛି ।

ଭାଇରାଲ ହେଉଥିବା ନୀରଜଙ୍କ ଏହି ଭିଡିଓରେ ରୌପ୍ୟ ପଦକ ବିଜେତା ପାକିସ୍ତାନର ଅର୍ଶଦ ନଦୀମଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସ୍ୱର୍ଣ୍ଣ ପଦକ ଜିତିବା ପରେ ଫଟୋଶୁଟ ହେଉଥିବା ବେଳେ ନୀରଜ ପାକିସ୍ତାନର ଅର୍ଶଦଙ୍କୁ ମଧ୍ୟ ପାଖକୁ ଡାକିଥିଲେ । ଏହାସହିତ ଉଭୟ ମିଶି ସେଠାରେ ଫଟୋ ଉଠାଇଥିବାର ଏହି ଭିଡିଓରେ ଦେଖାଯାଇଛି । ଫଇନାଲ ଇଭେଣ୍ଟ ଶେଷ ହେବା ପରେ ନୀରଜଙ୍କର ଏହି କାମ ସମସ୍ତଙ୍କ ହୃଦୟ କିଣି ନେଇଛି । ଭିଡିଓରେ ଦେଖାଯାଇଛି ଯେ, ନୀରଜ ତ୍ରିରଙ୍ଗା ପତାକା ସହ ଚେକ୍ ଗଣରାଜ୍ୟର ଆଥଲେଟ ୟାକୁବ ଭାଲେଶଙ୍କ ସହ ଫଟୋ ଉଠାଇଛନ୍ତି । ଉଭୟ ନିଜ ନିଜ ଦେଶର ପତାକା ଧରି ଏହି ଫଟୋଶୁଟ କରାଇଥିଲେ । ଏହି ସମୟରେ ନୀରଜ ଅର୍ଶଦଙ୍କୁ ମଧ୍ୟ ପାଖକୁ ଡାକି ତାଙ୍କ ସହ ଫଟୋ ଉଠାଇଛନ୍ତି । ତେବେ ଅର୍ଶଦ ନିଜ ପାକିସ୍ତାନୀ ପତାକା ଆଣିବାକୁ ଭୁଲି ଯାଇଛନ୍ତି । ବିନା ପତାକାରେ ସେ ନୀରଜଙ୍କ ସହ ଫଟୋ କ୍ଲିକ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ନୀରଜ ଏବଂ ଅର୍ଶଦଙ୍କ ମଧ୍ୟରେ ଏହି ଇଭେଣ୍ଟରେ ଖୁବ ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ନଦୀମଙ୍କ ୮୭.୮୨ ମିଟର ଜାଭେଲିନ ଥ୍ରୋକୁ ଅତିକ୍ରମ କରି ନୀରଜ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପରେ ବିଶ୍ୱ କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି ଭାରତର ‘ସୁନା’ ପୁଅ । ନୀରଜ ଏହି ମ୍ୟାଚରେ ୮୮.୧୭ମିଟର ଥ୍ରୋ କରିଥିଲେ । ତେଣୁ ଦ୍ୱିତୀୟ ସ୍ଥାନରେ ରୌପ୍ୟ ପଦକ ହାସଲ କରିଛନ୍ତି ଆର୍ଶଦ ନଦୀମ ।

ଏହି ଇଭେଣ୍ଟ ପରେ ନୀରଜ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀରଜ । ସେ କହିଛନ୍ତି ଯେ, ମୁଁ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହିଁବି କାରଣ ସେମାନେ ରାତିରେ ଉଜାଗର ରହି ମୋତେ ସମର୍ଥନ ଜଣାଇଛନ୍ତି । ସମସ୍ତଙ୍କୁ ଓନ୍ୟବାଦ୍, ଏହି ପଦକ ସାରା ଭାରତ ପାଇଁ । ଅଲିମ୍ପିକ୍ସ ଚମ୍ପିଆନ୍ ନୀରଜ ଚୋପ୍ରା ଆଜି ସାରା ବିଶ୍ୱର ଚମ୍ପିଆନ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି । ଏହାପରେ ଦେଶବାସୀଙ୍କୁ ନିଜ ନିଜ କ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବା ପାଇଁ କହିଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ।

Get real time updates directly on you device, subscribe now.