fbpx

ଚଳିତ ବର୍ଷ ହେବ ନାହିଁ CT ପ୍ରବେଶିକା ପରୀକ୍ଷା, ଦଶମ ଓ ଦ୍ୱାଦଶ ମାର୍କ ଆଧାରରେ ହେବ ଆଡମିଶନ, ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଲା SCERT

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ସିଟିରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ହେବ ନାହିଁ । ମାଟ୍ରିକ ଓ ଯୁକ୍ତଦୁଇ କ୍ୟାରିୟର ମାର୍କ ଆଧାରରେ ଅନୁଷ୍ଠିତ ହେବ । ସିଟିରେ ନାମଲେଖା ପାଇଁ (ରାଜ୍ୟ ପରିଷଦ ଶିକ୍ଷାଗତ ଗବେଷଣା ଓ ତାଲିମ (ଏସସିଇଆରଟି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବା ସହ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଗଣଶିକ୍ଷା ବିଭାଗର ଅନୁମୋଦନ ପରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ମାଟ୍ରିକ ଓ ଯୁକ୍ତଦୁଇ ମାର୍କ ଆଧାରରେ ନାମ ଲେଖାଇବେ । ତେବେ ଏହି ନିଷ୍ପତ୍ତିକୁ କିଛି ଆଶାୟୀ ଓ ଶିକ୍ଷାବିତ ନାପସନ୍ଦ କରିଛନ୍ତି । ୨୦୧୨ରେ ବିଭିନ୍ନ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ସଂକ୍ରାନ୍ତୀୟ ମାର୍ଗଦର୍ଶିକା ଜଷ୍ଟିସ୍ ବର୍ମା ଜାରି କରିଥିଲେ । ପିଲାଙ୍କ କ୍ୟାରିୟର ମାର୍କ ଆଧାରରେ ଆଡମିଶନ ନକରି ପ୍ରବେଶିକା ଦ୍ୱାରା କରିବାକୁ ସେ ପରାମର୍ଶ ଦେଇଥିଲେ ।

କ୍ୟାରିୟର ମାର୍କ ଦ୍ୱାରା ମେଧା ଚୟନ ସଠିକ୍ ହେଉ ନଥିବା ଓ ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଛାତ୍ରଛାତ୍ରୀ ନାମଲେଖା ପାଇଁ ସୁଯୋଗ ପାଉ ନଥିବା ସେ ଦର୍ଶାଇଥିଲେ । ତେଣୁ ୨୦୧୩ରୁ ଏସସିଇଆରଟି ପ୍ରବେଶିକା ଆଧାରରେ ପିଲାଙ୍କ ଆଡମିଶନ କରାଉଥିଲା । ପ୍ରଥମେ ଅଫଲାଇନରେ କରାଯାଉଥିବା ବେଳେ ୨୦୧୮ରୁ ସିବିଟି ମୋଡ଼ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିଲା । ତେବେ ଚଳିତ ବର୍ଷ ସିଟି ନାମଲେଖା ପାଇଁ ମଞ୍ଜୁରୀ ବହୁ ବିଳମ୍ବରେ ମିଳିଥିଲା । ପ୍ରବେଶିକା ପାଇଁ ବ୍ୟବସ୍ଥା କରାଗଲେ ନାମଲେଖା ବହୁତ ବିଳମ୍ବ ହେବ । ତେଣୁ ନାମଲେଖା ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ମାର୍କ ଆଧାରରେ ନାମ ଲେଖାଇବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଏସସିଇଆରଟି ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.