fbpx
BJD SKY
BJD SKY

୨୩ ହଜାର ମାଗଣା ଅନଲାଇନ କୋର୍ସ, ୟୁଜିସିର ଏହି ଯୋଜନାର କେହିବି ନେଇପାରିବେ ଲାଭ

BJD

ୟୁଜିସି ଦ୍ୱାରା ମାଗଣାରେ ଉଚ୍ଚଶିକ୍ଷା କୋର୍ସର ଆରମ୍ଭ କରାଯାଉଛି । ଏଥିରେ ୨୩ ହଜାରରୁ ଅଧିକ ଉଚ୍ଚଶିକ୍ଷା ପାଠ୍ୟକ୍ରମ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସୁରକ୍ଷା ଏବଂ ଚାଇଲ୍ଡହୁଡ୍ କେୟାର ଉପରେ କାର୍ଯ୍ୟକ୍ରମ ସାମିଲ ରହିଛି । ଏହି ସବୁ କୋର୍ସ ଏକ ନୂଆ ୱେବ୍ ପୋର୍ଟାଲରେ ମାଗଣାରେ ଉପଲବ୍ଧ ହେବ । ଏହାର ଉଦ୍ଦେଶ୍ୟ ଡିଜିଟାଲ ଶିକ୍ଷାକୁ ଆଗକୁ ନେବା ଏବଂ ଦେଶର ଦୂରଦୂରାନ୍ତରେ ଉଚ୍ଚଶିକ୍ଷାକୁ ପହଞ୍ଚାଇବା । ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଲଞ୍ଚ କରାଯାଉଛି ।

ପାଠ୍ୟକ୍ରମରେ ୨୩ ହଜାର ପିଜି କୋର୍ସ, ଉଦୀୟମାନ କ୍ଷେତ୍ରରେ ୧୩୭ ସ୍ୱୟମ ମୁକ୍ କୋର୍ସ ଏବଂ ୨୫ ହଜାର ଅଣ-ଇଞ୍ଜିନିୟରିଂ ସ୍ୱୟମ କୋର୍ସ ସାମିଲ ରହିଛି । ୟୁଜିସି ପୋର୍ଟାଲରେ ଏହି ଆକ୍ସେସ କରିବା ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ । ସବୁ ପାଠ୍ୟକ୍ରମ ମାଗଣା ।

ୟୁଜିସି ନୂଆ ଶିକ୍ଷାବର୍ଷରେ ଏହି କୋର୍ସର ଆଣିବା ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହ ସହଭାଗିତା କରିଛି । ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର କହିଛନ୍ତି ଯେ ଉଚ୍ଚ ଶିକ୍ଷା ସମସ୍ତଙ୍କ ପାଇଁ ସୁଳଭ କରିବା ପାଇଁ ନିଜ ପ୍ରୟାସ ଅନୂଯାୟୀ ୟୁଜିସି ଛାତ୍ରଙ୍କୁ ଇଂରାଜୀ ସହ ଆଞ୍ଚଳିକ ଭାଷାରେ ଡିଜିଟାଲ ମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ଲଗାତାର କାମ କରୁଛି । ଏଥିପାଇଁ ସିଏସସି ଜନସେବା କେନ୍ଦ୍ର ଏବଂ ଏସବିପି କାମ କରୁଛନ୍ତି । ଏମାନଙ୍କ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଭାରତରେ ରହୁଥିବା ଲୋକଙ୍କୁ ଘରେ ଘରେ ଇ-ଗଭର୍ଣ୍ଣାସ ସେବା ଉପଲବ୍ଧ କରାଇବା । ତେବେ ଆସନ୍ତା ସମୟରେ ଏନେଇ ସଂପୂର୍ଣ୍ଣ ବିବରଣୀ ଦିଆଯିବ ।

 

Get real time updates directly on you device, subscribe now.