fbpx

ମାଲୟାଲମ୍ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ଦେହାନ୍ତ ହୋଇଥିଲା । ତେବେ ପୁଣି ଜଣେ ଅଭିନେତା ଚଳଚ୍ଚିତ୍ର ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ ଚନ୍ଦ୍ରନ ଆଜି ଆରପାରିକୁ ଚାଲିଯାଇଛନ୍ତି । ତେବେ କେଉଁ କାରଣରୁ ସରଥଙ୍କ ମୃତ୍ୟୁ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

୩୭ ବର୍ଷୀୟ ସରଥ ଅନେକ ଫିଲ୍ମରେ ନିଜର ଜଲୱା ଦେଖାଇ ସାରିଛନ୍ତି । ତାଙ୍କର ଅଚାନକ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାଙ୍କର ପରିବାର ଓ ଶୁଭେଚ୍ଛୁଙ୍କ ମନରେ ନିରାଶା ଭରି ଦେଇଛି । ସେ ‘ଅଙ୍ଗମାଲୀ ଡାୟରୀଜ, ‘କୂଡେ’, ‘ଔରୁ ମୈକ୍ସିକନ ଅପରାଥା’ ଆଦି ଫିଲ୍ମରେ ଅଭିନୟ କରିଥିଲେ । ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାନ୍ସ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କୋଚିର ବାସିନ୍ଦା ସରଥ ଏକ ଆଇଟି ଫାର୍ମରେ କାମ କରୁଥିଲେ । ପରେ ସେ ଡବିଂ କଳାକାର ଭାବେ ଫିଲ୍ମରେ କାମ କରିଥିଲେ । ସେ ଫିଲ୍ମ ‘ଅନୀସ୍ୟା’ରୁ ନିଜର କଳାକାର ଜୀବନ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁର ସାମ୍ରାଞ୍ଜୀ ଲତା ମଙ୍ଗେସ୍କର, ସିଦ୍ଧାର୍ଥ ଶୁକ୍ଲା, ଦୀପେଶ ଭାନ, ବପ୍ପୀ ଲାହିରୀ, କେକେ, ସିଦ୍ଧୁ ମୁସେୱାଲାଙ୍କ ପରି ଅନେକ କଳାକାର ଆରପାରିକୁ ଚାଲିଯାଇଥିଲେ ।

Get real time updates directly on you device, subscribe now.