fbpx
BJD SKY
BJD SKY

୨୦୨୦ ରେ ଦେଶରେ ରୁଜୁ ହୋଇଛି ୪୭ ହଜାରରୁ ଅଧିକ ପକ୍ସୋ ଆକ୍ଟ, ଫାଷ୍ଟ ଟ୍ରାକ୍ କୋର୍ଟ ବଢ଼ାଇବା ଉପରେ ଗୁରୁତ୍ୱ

BJD

ନୂଆଦିଲ୍ଲୀ: ଦେଶରେ ଶିଶୁଙ୍କ ଉପରେ ଯୌନ ଶୋଷଣ ମାମଲା ଉପରେ ଲଗାମ ଲଗାଇବା ମୁସ୍କିଲ ହୋଇପଡ଼ିଛି । ୨୦୨୦ ରେ ପକ୍ସୋ ଆକ୍ଟ ଅନୂଯାୟୀ ପ୍ରାୟ ୪୭ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ସରକାର ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୂଯାୟୀ ଏହି ମାମଲାରେ ଦଣ୍ଡ ପ୍ରତିଶତ ୩୯.୬ ପ୍ରତିଶତ ରହିଛି ।

କୁମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ) ସାଂସଦ ଏସ ଭେଙ୍କଟେସନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦ୍ୱାରା ପ୍ରସ୍ତୁତ ତଥ୍ୟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟରୁ ଉତ୍ତରପ୍ରଦେଶରେ ୬୮୯୮ କେସ୍ ସହ ପ୍ରଥମ ନମ୍ବରରେ ରହିଛି । ଏହାପରେ ମହାରାଷ୍ଟ୍ରରେ ୫୬୮୭ ଏବଂ ମଧ୍ୟପ୍ରଦେଶରେ ୫୬୪୮ ମାମଲା ରେକର୍ଡ ହୋଇଛି ।

ରେକର୍ଡ ଅନୂଯାୟୀ ଉତ୍ତରପ୍ରଦେଶରେ ଦୋଷ ପ୍ରମାଣିତ ହୋଇଥିବା ପ୍ରତିଶତ ୭୦.୭ ପ୍ରତିଶତ ଥିଲା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କ୍ରମଶଃ ୩୦.୯ ପ୍ରତିଶତ ଏବଂ ୩୭.୨ ପ୍ରତିଶତ ରହିଥିଲା । ସେପଟେ ମଣିପୁର ଏକମାତ୍ର କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଠାରେ ଦଣ୍ଡ ହାର ଲଗାତାର ତିନି ବର୍ଷରେ ୧୦୦ ପ୍ରତିଶତ ରହିଥିଲା । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ୨୦୨୦ ଶେଷ ବେଳକୁ ୧୭୦୦୦୦ ମାମଲା ରୁଜୁ ହୋଇଥିଲା, ଯାହା ୨୦୨୮ ରେ ରୁଜୁ ହୋଇଥିବା ୧୦୮୧୨୯ ମାମଲା ତୁଳନାରେ ୫୭.୪ ପ୍ରତିଶତ ଅଧିକ ।

୨୦୨୦ ରେ କେନ୍ଦ୍ରଶାସିତ ପ୍ରଦେଶ ଲଦାଖ ଏବଂ ଚଣ୍ଡୀଗଡ଼ରେ ପକ୍ସୋ ଆକ୍ଟରେ ଗୋଟିଏ ବି ମାମଲା ରୁଜୁ ହୋଇନଥିଲା । ସେହିପରି ଗୋଆ ଏବଂ ହିମାଚଳ ପ୍ରଦେଶରେ ପାଞ୍ଚ ପାଞ୍ଚଟି ମାମଲା ରୁଜୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବଳାତ୍କାର ଏବଂ ପକ୍ସୋ ଆକ୍ଟ ସହିତ ଜଡ଼ିତ ମାମଲାଗୁଡ଼ିକର ଶୀଘ୍ର ବିଚାର ଏବଂ ସମାଧାନ ପାଇଁ ନ୍ୟାୟ ବିଭାଗ ଏକ ଯୋଜନା କାର୍ଯ୍ୟକାରୀ କରୁଛି । ଇରାନୀ କହିଛନ୍ତି ଯେ ୨୦୨୨ ରେ ୮୯୨ ଫାଷ୍ଟଟ୍ରାକ୍ କୋର୍ଟ ସକ୍ରିୟ ଥିବାବେଳେ ୨୦୨୧ ରେ ୮୯୮ ଥିଲା।

more-than-47-thousand-pocso-cases-were-registered-across-the-country-in-the-year-2020

Get real time updates directly on you device, subscribe now.