fbpx

ଧୋନୀଙ୍କ ଅନ୍ଦାଜରେ ଜିତାଇଲେ ମ୍ୟାଚ: ପରେ କୋହଲିଙ୍କ ଷ୍ଟାଇଲକୁ ମନେ ପକାଇଲେ ଏହି ଷ୍ଟାର ଖେଳାଳି

Advertisement

ନୂଆଦିଲ୍ଳୀ: IPL ୨୦୨୨ରେ ଖୁବ ଚମକିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ବ୍ୟାଟ୍ସମ୍ୟାନ ଆୟୁଶ ବାଦୋନୀ । ନିଜ ବ୍ୟାଟିଂର ଜଲୱାରେ ସମସ୍ତଙ୍କୁ ପ୍ରଭାବିତ କରି ସାରିଛନ୍ତି ୨୨ ବର୍ଷୀୟ ଆୟୁଶ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ୩ ବଲରୁ ୧୦ ରନ ସଂଗ୍ରହ କରିଥିଲେ ବି ଚର୍ଚ୍ଚାରେ ରହିଛନ୍ତି ବଦୋନୀ । ମ୍ୟାଚର ଶେଷ ମୁହୂର୍ତ୍ତରେ ତାଙ୍କ ଅନ୍ଦାଜ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ଇଣ୍ଡିଆନ କ୍ରିକେଟ ଜଗତର ଦୁଇ ଲେଜେଣ୍ଡ ଏମ ଏସ ଧୋନୀ ଏବଂ ବିରାଟ କୋହଲିଙ୍କ ଷ୍ଟାଇଲକୁ ସେ ଏହି ମ୍ୟାଚରେ କପି କରିଥିବା ଦେଖିବାକୁ ମିଳିଛି ।

IPLର ୧୫ ତମ ମ୍ୟାଚରେ ଦିଲ୍ଳୀ ବିପକ୍ଷରେ ଜବରଦସ୍ତ ଷ୍ଟାଇଲରେ ମ୍ୟାଚକୁ ଜିତାଇଛନ୍ତି ବଦୋନୀ । ଶାର୍ଦ୍ଦୁଳ ଠାକୁରଙ୍କ ବଲକୁ ଛକା ମାରି ଧୋନୀଙ୍କ ଅନ୍ଦାଜରେ ସେ ମ୍ୟାଚକୁ ଫିନିଶ କରିଛନ୍ତି । ଶେଷ ଓଭରରେ କ୍ରିଜକୁ ଆସିଥିଲେ ବଦୋନୀ, ଯେତେବେଳ ଦଳକୁ ୫ ବଲରେ ୫ ରନର ଆବଶ୍ୟକତା ରହିଥିଲା । ନିିଜର ପ୍ରଥମ ବଲ ଡଟ କରିଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରି ସ୍କୋର ବରାବର କରିଥିଲେ । ପୁଣି ଥରେ ତୃତୀୟ ବଲରେ ଶାର୍ଦ୍ଦୁଳ ଠାକୁରଙ୍କୁ ଛକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି । ଠିକ ସେମିତି, ଯେମିତି ଧୋନୀ ଭାରତକୁ ଏବଂ ଚେନ୍ନାଇକୁ ବିଜୟ କରାଇଥାନ୍ତି । ଫଳରେ ୨ ବଲ ବାକି ଥାଇ ମ୍ୟାଚରେ ବିଜୟ ହାସଲ କରି ନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ ।

କିନ୍ତୁ ଏଇଠି ସରି ନଥିଲା ବଦୋନୀ ଶୋ’ । ମ୍ୟାଚକୁ ଧୋନୀଙ୍କ ଅନ୍ଦାଜରେ ଫିନିଶ କରିବା ପରେ ତାଙ୍କ ସେଲିବ୍ରେସନ ଥିଲା ନିଆରା । ବିରାଟ କୋହଲିଙ୍କ ଷ୍ଟାଇଲରେ ସେ ବିଜୟର ସେଲିବ୍ରେସନ କରିଥିଲେ । ମ୍ୟାଚ ଜିତିବା ପରେ ନିଜ ଜର୍ସିର ନାମ ଏବଂ ନମ୍ବରକୁ ଇସାରା କରି ଆନିମେଟେଡ ଫିଷ୍ଟ ପମ୍ପ କରିଥିଲେ ବେଦୋନୀ । ଏହାପରେ ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଉଭୟ ଲେଜେଣ୍ଡ କ୍ରିକେଟରଙ୍କୁ ଗୋଟିଏ ମ୍ୟାଚରେ ପୁଣିଥରେ ସ୍ଥାନ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ୟଙ୍ଗଷ୍ଟାର ଆୟୁଶ ବଦୋନୀ ।

Get real time updates directly on you device, subscribe now.