fbpx

‘ଲୋକାଲ ଟ୍ରେନରେ ସିରିୟଲ ବୋମା ବିସ୍ଫୋରଣ ହେବ’: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମିଳିଲା ଫୋନ୍ ଧମକ

ନୂଆଦିଲ୍ଲୀ: ମୁମ୍ବାଇର ଲୋକାଲ ଟ୍ରେନରେ ସିରିୟଲ ବମ୍ ବ୍ଲାଷ୍ଟ ହେବା ନେଇ ଏକ ଧମକ ମିଳିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏହି ଧମକ ଆସିଛି । ମୁମ୍ବାଇର ଲୋକାଲ ଟ୍ରେନରେ ଭୟଙ୍କର ବିସ୍ଫୋରଣ ହେବ ବୋଲି ଜଣେ ଯୁବକ ଫୋନ୍ କରି ଧମକ ଦେଇଛନ୍ତି । ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ବିଲେ ପାର୍ଲେ ଅଞ୍ଚଳରୁ ଫୋନ୍ କରିଥିବା କହିଥିଲେ । ତେବେ ଏହି ଧମକ ମିଳିବା ପରେ ଏବେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ସୂଚନା ମୁତାବକ, ମୁମ୍ବାଇର ଲୋକାଲ ଟ୍ରେନରେ ସିରିୟଲ ବୋମା ବିସ୍ଫୋରଣ ଧମକ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି । ମୁମ୍ବାଇର ଲୋକାଲ ଟ୍ରେନରେ ଭୟଙ୍କର ବିସ୍ଫୋରଣ ହେବ ବୋଲି ଫୋନ କରିଥିବା ଯୁବକ କହିଥିଲେ । ଏଥିସହିତ ସେ ବିଲେ ପାର୍ଲେ ଅଞ୍ଚଳରୁ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ । ଫୋନ କରିବାର କିଛି ସେକେଣ୍ଡ ମଧ୍ୟରେ ବ୍ୟକ୍ତି ଜଣଙ୍କର ନିଜର ଫୋନ୍ ବନ୍ଦ କରିଦେଇଥିଲେ । ଏହି ଫୋନ ଆସିବା ପରେ ମୁମ୍ବାଇ ପୋଲିସ ଯାଞ୍ଚ କାର୍ଯ୍ୟରେ ଲାଗି ପଡ଼ିଛି ।

ଏହି ଧମକ ପରେ ମୁମ୍ବାଇର ଲୋକାଲ ଟ୍ରେନରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସ ନିକଟକୁ ଏକାଧିକ ଧମକ ଆସିଥିଲା । ଫୋନ କରିଥିବା ଯୁବକ କହିଥିଲେ, ‘ଆରଡିଏକ୍ସ ଭରା ଏକ ଟ୍ୟାଙ୍କର ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ର କରୁଛି । ଉକ୍ତ ଟ୍ରକରେ ଦୁଇଜଣ ପାକିସ୍ତାନ ନାଗରିକ ବସିଥିଲେ ।’ ମୁମ୍ବାଇ ପୋଲିସ ପଚାରିରୁ ତାଙ୍କର ନାମ ପାଣ୍ଡେ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ । ତେବେ ଧମକ ପରେ ଯାଞ୍ଚ ଆରମ୍ଭ କରାଯାଇଥିଲା ଓ ବାସ୍ତବତା କିଛି ଅଲଗା ଥିଲା ।

Get real time updates directly on you device, subscribe now.