fbpx
BJD SKY
BJD SKY

ୟୁକ୍ରେନ ଉପରେ ବଡ଼ ଆକ୍ରମଣ ଆଶଙ୍କା, ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ଦୂତାବାସ ଦେଲା ପରାମର୍ଶ

BJD

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି। ଏହାକୁ ନଜରରେ ରଖି ବୁଧବାର ଦିନ ଭାରତ ଏହାର ସମସ୍ତ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ କହିଛି। ଏହା ସହିତ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ବର୍ତ୍ତମାନ ୟୁକ୍ରେନରେ ଥିବା ଛାତ୍ର ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଗତ କିଛି ଦିନ ହେବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣ ବ୍ୟାପକ ହୋଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦିନ ୟୁକ୍ରେନ୍ ର ଚାରିଟି ଅଞ୍ଚଳରେ ସାମରିକ ଆଇନ ପ୍ରଣୟନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଋଷ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେତେବେଳେ ଭାରତ ବହୁ ଭାରତୀୟଙ୍କୁ ଘରକୁ ଆଣିବାକୁ ଏକ ବଡଧରଣର ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ତେବେ ବର୍ତ୍ତମାନ ସରକାର ଏଭଳି କୌଣସି ସୁବିଧା ଯୋଗାଇବାକୁ ଯାଉନାହାଁନ୍ତି। ସେଠାରୁ ବାହାରିବା ପାଇଁ ଲୋକଙ୍କୁ ନିଜର ଉପାୟ ଖୋଜିବାକୁ ପଡିବ।

ନିକଟରେ ଋଷ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣକୁ ତୀବ୍ର କରିଛି। ଏଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏହାରି ମଧ୍ୟରେ ରୁଷ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଥିଲେ। ଦିନକୁ ଦିନ ଋଷ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଅନ୍ୟପକ୍ଷରେ, ୟୁକ୍ରେନ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହେଁ। ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନକୁ ପ୍ରତିରକ୍ଷା ଉପକରଣ ଯୋଗାଉଛନ୍ତି। ଏଭଳି ପରିସ୍ଥିତିରେ ୟୁକ୍ରେନର ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.