fbpx
BJD SKY
BJD SKY

Video: କୃଷକଙ୍କ ଝିଅ ହେଲେ ଆଇଏଏସ, ହାରି ନଥିଲେ ବାପାଙ୍କ ସହ ମିଶି ଏମିତି ଆଇଏଏସ ପାଇଲେ

BJD

ମଧ୍ୟପ୍ରଦେଶ: ବାପା ତାଙ୍କର ଜଣେ କୃଷକ ଥିଲେ । କିନ୍ତୁ ସ୍ୱପ୍ନ ତାଙ୍କର ଥିଲା ଜଣେ ଆଇଏଏସ୍ ଅଫିସର ହେବା ପାଇଁ । ଆରମ୍ଭ କରିଦେଲେ ପିଲାଟି ଦିନରୁ ତାଙ୍କ ତପସ୍ୟା । ବାପାଙ୍କର ସେ ଥିଲେ ଜଣେ ଗେହ୍ଲୀ ଝିଅ । ନିଜ ଝିଅର ସ୍ୱପ୍ୱ ପାଇଁ ବାପା କିନ୍ତୁ ସବୁ ଅଭାବ ଅନାଟନକୁ ଭୁଲି ସବୁ କିଛି ଏକ କରି ଦେଲେ ଝିଅକୁ ପାଠ ପଢାଇବା ପାଇଁ । କଥାରେ ଅଛି ନିଜେ ନିଜ ସ୍ୱପ୍ନ ପାଇଁ ଲଢିଥାଏ, ତାଙ୍କୁ ଭଗବାନ ମଧ୍ୟ ସାହାଯ୍ୟ କରିଥାନ୍ତି । ନିଜର କଠିନ ପରିଶ୍ରମ ଏବଂ ପ୍ରବଳ ଚେଷ୍ଟାରେ ବନି ଗଲେ ଜଣେ ଆଇଏଏସ ଅଧିକାରୀ ।

ୟୁପିଏସସିର ଫାଇନାଲ୍ ଲିଷ୍ଟରେ ରହିବା ସମସ୍ତଙ୍କ ପାଇଁ ଚିନ୍ତା ବି କରିବା ସମ୍ଭବ ନୁହେଁ । ହଁ ଆଜ୍ଞା ଏହି ସଫଳ ବ୍ୟକ୍ତିତ୍ୱ,ଯିଏ କି ନାରୀ ଜାତିର ଏକ ଗୌରବ, ସେ ହେଉଛନ୍ତି ତପସ୍ୟା ପରିହାର ଏମପି କ୍ୟାଡରର ଆଇଏଏସ୍ ଅଧିକାରୀ । ତପସ୍ୟାଙ୍କ ଏହି ଯାତ୍ରା ସହଜ ନଥିଲା । ତପସ୍ୟା ନିଜ ତପସ୍ୟା ସଫଳ ହୋଇ ଦେଖାଇଥିଲେ । ବାପା ବିଶ୍ୱ ପରିହାର ଥିଲେ ଜଣେ କୃଷକ ଆଉ ଝିଅ ହୋଇଗଲେ ଆଇଏଏସ୍ ଅଫିସର । ତପସ୍ୟାଙ୍କ ଏହି ଯାତ୍ରାରେ ତାଙ୍କ ବାପାଙ୍କ ଅଭିନ୍ନ ଅବଦାନ ରହିଛି । ଯାହାର କଳ୍ପନା ବି କରିହେବନି । ନିଜ ଝିଅକୁ ଆଇଏଏସ୍ କରାଇବା ପାଇଁ ସେ ପ୍ରଥମେ ରାତି ଦିନ ଏକ କରିଦେଇ ପଇସା ଯୋଗାଡ କରିବାରେ ଲାଗିପଡିଥିଲେ । ଝିଅକୁ ଆଇଏଏସ୍ କରାଇବା ଲକ୍ଷ୍ୟରେ ବହୁ କଷ୍ଟରେ ଦିଲ୍ଲୀ ପଠାଇଥିଲେ । ସେହି ଦିନଠାରୁ ତପସ୍ୟାଙ୍କ ଯାତ୍ରା ଆରମ୍ଭ ହୋଇଥିଲା।

ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ଏହି ଶୀର୍ଷରେ ପହଞ୍ଚିପାରନ୍ତି । ହେଲେ ତଫାତ୍ ଏତିକି କିଏ ପ୍ରଥମ ଚେଷ୍ଟାରେ ପାଇ ଯାଆନ୍ତି ଆଉ କେହି ବାରମ୍ୱାର ପ୍ରୟାସ କରିବା ପରେ ସଫଳ ହୁଅନ୍ତି । କାରଣ କଥାରେ ଅଛି ପରିଶ୍ରମ କରୁଥିବା ବ୍ୟକ୍ତି କେବେ ହାର୍ ମାନେ ନାହିଁ । ଯାହାକୁ କି ପ୍ରମାଣ କରି ଦେଖାଇ ଦେଇଥିଲେ ୟୁପିଏସସି ଟପ୍ପର ତପସ୍ୟା ପରିହାର । ସେ ୨୦୧୭ ମହିସାରେ ୟୁପିଏସସିର ଦ୍ୱିତୀୟ ପ୍ରୟାସରେ ହିଁ ପୁରା ଭାରତୀୟ ସ୍ତରରେ ୨୩ ରାଙ୍କ ହାସଲ କରି ଆଇଏଏସ ଅଧିକାରୀ ବନିଥିଲେ ।

ପ୍ରଥମ ପ୍ରୟାସରେ ସେ ଅସଫଳ ହୋଇଥିଲେ । କିନ୍ତୁ ସେ ହାରି ନଥିଲେ, ବଦଳାଇ ଦେଇଥିଲେ ନିଜର ୟୁପିଏସସି ପରୀକ୍ଷା ପ୍ରସ୍ତୁତିର ନିୟମ । ଆରମ୍ଭ କରିଦେଇଥିଲେ ସେଲ୍ଫ ଷ୍ଟଡି । ଆଉ ନିଜର ଦ୍ୱିତୀୟ ପ୍ରୟାସ ପାଇଁ ଲକ୍ଷ୍ୟ ରଖିଥିଲେ ଅଧିକରୁ ଅଧିକ ଘରେ ନୋଟ୍ସ ତିଅରି କରିବେ ଆଉ ସବୁ ପ୍ରକାରର ପ୍ରଚେଷ୍ଟା ଘରେ ହିଁ ନିଜେ କରିଥିଲେ । ଯାହା ଫଳରେ ସେ ୨୦୧୭ରେ ସଫଳ ହୋଇଥିଲେ । ବିନା କିଛି କୋଚିଙ୍ଗ ନେଇ ସେ ନିଜେ ଏମିତି ଭାବେ ୟୁପିଏସସିର ପରିକ୍ଷାରେ ସଫଳ ହୋଇାପାରିଲେ ।

Get real time updates directly on you device, subscribe now.