fbpx
BJD SKY
BJD SKY

‘ବୋଲ୍ ବମ୍ ଯାତ୍ରୀଙ୍କ’ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ଧମକ, ରାଜ୍ୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ

BJD

ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କୋଟି କୋଟି ଶ୍ରଦ୍ଧାଳୁ ‘ବୋଲ୍ ବମ୍‌’ ଯାତ୍ରାରେ ସାମିଲ ହେବେ । ଏହାରି ମଧ୍ୟରେ ‘ବୋଲ୍ ବମ୍‌’ ଯାତ୍ରୀଙ୍କ ଉପରେ ଉଗ୍ରବାଦୀ କିମ୍ବା ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରଳାୟ ରାଜ୍ୟ ମାନଙ୍କୁ ସତର୍କ ରହିବା ଏବଂ ‘ବୋଲ୍ ବମ୍‌’ ଯାତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛି ।

ଏହା ସହିତ ରେଳ ବୋର୍ଡ ମଧ୍ୟ ଟ୍ରେନର ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ଅନୁଯାୟୀ ‘ବୋଲ୍ ବମ୍‌’ ଯାତ୍ରା ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବ। କରୋନା ହେତୁ ଦୁଇ ବର୍ଷ ଧରି ବିଭିନ୍ନ ରାଜ୍ୟରେ ‘ବୋଲ୍ ବମ୍‌’ ଯାତ୍ର ହୋଇପାରି ନାହିଁ । ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ‘ବୋଲ୍ ବମ୍‌’ ଯାତ୍ରା ଆରମ୍ଭ ହୋଇଛି । ଏହି ସମୟରେ ପ୍ରାୟ ଚାରି କୋଟି କାଉଡିଆ ହରିଦ୍ୱାରରେ ପହଞ୍ଚିବେ ବୋଲି ପ୍ରଶାସନ ଆକଳନ କରିଛି। ସେହିପରି ଉତ୍ତରପ୍ରଦେଶ ସହିତ ଦିଲ୍ଲୀ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନରୁ ହରିଦ୍ୱାର ଏବଂ ଋଷିକେଶରେ ପହଞ୍ଚିଛନ୍ତି, ସେମାନେ ଏଠାରେ ଗଙ୍ଗାଜଳ ସଂଗ୍ରହ କରି ଭଗବାନ ଶିବଙ୍କୁ ଅର୍ପଣ କରିବେ।

ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ହରିଦ୍ୱାର ଏବଂ ଋଷିକେଶରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି, ଡ୍ରୋନ୍ ନିୟୋଜିତ କରାଯାଇଛି, ସୋସିଆଲ ମିଡିଆ ଉପରେ ନଜର ରଖାଯାଉଛି। ମେଳା ଅଞ୍ଚଳରେ ବମ୍ ଡିସପୋଜାଲ୍ ଟିମ୍, ଆତଙ୍କବାଦୀ ବିରୋଧୀ ସ୍କ୍ୱାଟ୍ ନିୟୋଜିତ କରାଯାଇଛି। ହରିଦ୍ୱାର ଏବଂ ଏହାର ଆଖପାଖ ଅଞ୍ଚଳକୁ ୧୨ ଟି ସୁପର ଜୋନ୍, ୩୧ ଟି ଜୋନ୍, ୧୩୩ ଟି ସେକ୍ଟରରେ ବିଭକ୍ତ କରାଯାଇଛି ଏବଂ ଏଠାରେ ୧୦ ହଜାର ସୈନିକ ନିୟୋଜିତ ହୋଇଛନ୍ତି।

Get real time updates directly on you device, subscribe now.