fbpx

ଲଲିତ ମୋଦୀ-ସୁସ୍ମିତା ସେନଙ୍କ ପୁରୁଣା ଟ୍ୱିଟ୍ ଭାଇରାଲ: ୯ ବର୍ଷ ତଳୁ ଆରମ୍ଭ ହୋଇଥିଲା କି ପ୍ରେମ?

ନୂଆଦିଲ୍ଲୀ: ଦେଶରେ ନୂଆ ଢ଼ଙ୍ଗରେ କ୍ରିକେଟ ଆଇପିଏଲର ଶୁଭାରମ୍ଭ କରି ସମସ୍ତଙ୍କୁ ଚକିତ କରିଥିବା ଲଲିତ କୁମାର ମୋଦୀ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ୫୬ ବର୍ଷର ଲଲିତ ମୋଦୀ ଗୁରୁବାର ସନ୍ଧ୍ୟାରେ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନିଜର ପତ୍ନୀ ଭାବେ ବର୍ଣ୍ଣନା କରି ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି । ଖବର ଗଣମାଧ୍ୟମକୁ ଆସିବା ପରେ ଆଉ ଏକ ଟ୍ୱିଟରେ ଡେଟିଂ ବିଷୟରେ ସୂଚନା ଦେଇ ଖୁବଶୀଘ୍ର ବାହାଘର ହେବାକୁ ଯାଉଛି ବୋଲି କହିଥିଲେ । ଏହାରି ମଧ୍ୟରେ ଲଳିତଙ୍କ ୯ ବର୍ଷର ପୁରୁଣା ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ଅନୁମାନ କରୁଛନ୍ତି କି ସେମାନଙ୍କ ସମ୍ପର୍କ ୯ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ।

ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ଲଲିତ ମୋଦୀଙ୍କ ୨୦୧୩ରେ କରିଥିବା ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟରେ ଲଳିତ ସୁସ୍ମିତାଙ୍କୁ ଟ୍ୟାଗ୍ କରି ‘ମୋ ମେସେଜର ରିପ୍ଲାଏ ଦିଅ’ ବୋଳଇ କହିଥିବା ଦେଖିବାକୁ ମିଳିଛି । ୟୁଜର୍ସମାନେ ଏହି ଟ୍ୱିଟର ସ୍କ୍ରିନସଟ ସେୟାର କରୁଛନ୍ତି ଓ ସେମାନଙ୍କ ପ୍ରେମ ସମ୍ପର୍କ ୯ ବର୍ଷ ତଳୁ ଆରମ୍ଭ ହୋଇଥିବା ବୋଲି କହୁଛନ୍ତି ।

ତେବେ ୪୭ ବର୍ଷୀୟା ସୁସ୍ମିତା ସେନ୍ ପ୍ରାୟ ୭ ମାସ ପୂର୍ବରୁ ୩୨ ବର୍ଷୀୟ ରୋହମନ ଶାଲଙ୍କ ସହ ବ୍ରେକଅପ କରିଥିଲେ । ଦୁହେଁ ପ୍ରାୟ ଅଢ଼େଇ ବର୍ଷ ଧରି ଲିଭ୍-ଇନ୍ ରିଲେସନସିପରେ ଥିଲେ । ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ଥିବା ଜଣାପଡିଛି । ଏହା ସହ ଲଳିତଙ୍କ ପୂର୍ବରୁ ସୁସ୍ମିତାଙ୍କର ୧୧ ପ୍ରେମିକ ଥିଲେ । ଅନ୍ୟପଟେ ଲଳିତ ସୁସ୍ମିତାଙ୍କଠାରୁ ୧୦ ବର୍ଷ ବଡ । ସେମାନେ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ଟ୍ୱିଟରେ କହିଛନ୍ତି ଲଲିତ କୁମାର ମୋଦୀ ।

ସୂଚନା ଅନୁସାରେ, ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ଲଲିତ ମୋଦୀ ଆଇପିଏଲର ଚେୟାରମ୍ୟାନ୍ ଥିଲେ । ସେ ୨୦୦୫ ରୁ ୨୦୦୮ ପର୍ଯ୍ୟନ୍ତ ବିସିସିଆଇରେ ମଧ୍ୟ ସକ୍ରିୟ ଥିଲେ ଏବଂ ଏହି ସମୟ ମଧ୍ୟରେ ବିସିସିଆଇର ଆୟ ମଧ୍ୟ ବହୁତ ଥିଲା । ଲଲିତ ମୋଦୀଙ୍କ ପ୍ରଥମ ପତ୍ନୀଙ୍କ ନାମ ଥିଲା ମୀନଲ ମୋଦୀ ଯିଏ ତାଙ୍କଠାରୁ ନଅ ବର୍ଷ ବଡ ଥିଲେ । ଉଭୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । କ୍ୟାନ୍ସର ରୋଗ ହେତୁ ଡିସେମ୍ବର ୨୦୧୮ ରେ ମୀନଲଙ୍କର ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.