fbpx

ରାଜଧାନୀରେ ମାତିଛନ୍ତି ବୁଲା କୁକୁର: ପ୍ରତିଦିନ ୬୦ ଜଣ ହେଉଛନ୍ତି ଶିକାର!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ସାରା ସହରରେ ବୁଲା କୁକୁରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କୁକୁରଙ୍କ ଉତ୍ପାତ ଏତେ ବଢୁଛି ଯେ, କ୍ୟାପିଟାଲ ହସ୍ପିଟାଲକୁ ଏବେ କୁକୁର କାମୁଡ଼ା ରୋଗୀଙ୍କ ସୁଅ ଛୁଟିଛି । ପ୍ରତିଦିନ ପ୍ରାୟ ୬୦ରୁ ଅଧିକ କୁକୁର କାମୁଡ଼ା ମାମଲା ଦେଖିବାକୁ ମିଳୁଛି । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।

ଡାକ୍ତର ସାହୁ କହିଛନ୍ତି ଯେ, ପୂର୍ବରୁ କୁକୁର କାମୁଡ଼ା ମାମଲା ୩୦-୩୫ ଭିତରେ ରହୁଥିବା ବେଳେ ଏବେ ଏହି ସଂଖ୍ୟା ଖୁବ ବୃଦ୍ଧି ପାଇଛି । କୁକୁର କାମୁଡ଼ା କେସ୍ ପ୍ରାୟ ୨ ଗୁଣ ବଢିଥିବା ଅନୁମାନ କରାଯାଉଛି । ପ୍ରାୟ ମାସେ ହେବ ଦୈନିକ ୬୦ ବା ଅଧିକ ରୋଗୀ କୁକୁର କାମୁଡ଼ା ସମସ୍ୟାରେ ମେଡିକାଲକୁ ଆସୁତିବା କହିଛନ୍ତି ଡାକ୍ତର ସାହୁ । ତେଣୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ବିଏମସିକୁ ଚିଠି ଲେଖିବେବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ।

Get real time updates directly on you device, subscribe now.