fbpx

ଜେଲରୁ ଫେରିବା ପରେ ଅର୍ଚ୍ଚନା ନାଗଙ୍କୁ ଧମକ; ଏନେଇ ଅଭିଯୋଗ ଆଣିଲେ ହନିଟ୍ରାପ୍ କୁଇନ୍…

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ସମ୍ପୃକ୍ତ ଥିବା ଅର୍ଚ୍ଚନା ନାଗଙ୍କୁ ଧମକ ମିଳିଥିବା ନେଇ ଅଭିଯୋଗ। ୨ ଦୁର୍ବୃତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଭିଯୋଗ ହୋଇଛି। ପରୀକ୍ଷା ଦେବାକୁ ଲ’ କଲେଜ ଆସୁଥିବା ବେଳେ ଧମକ ମିଳିଥିବା ନେଇ ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ନାଗ- ‘ମୁଁ ଡରିଯିବା ପିଲା ନୁହେଁ ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଏପରି ଅସମ୍ମାନ ଠିକ୍ ନୁହେଁ’।

ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅନେକ ଜଣାଶୁଣା ତଥା ବଡ଼ବଡ଼ିଆ ନେତା ଓ ମନ୍ତ୍ରୀଙ୍କୁ ତାଙ୍କର ହନିଟ୍ରାପ ଜାଲରେ ଛନ୍ଦି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ତଦନ୍ତ ହେବା ପରେ ଏହି ମାମଲାରେ ଅନେକ ରାଜନେତା, ବ୍ୟବସାୟୀ ଏବଂ ସିନେ ଜଗତର ବ୍ୟକ୍ତିବିଶେଷଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏପରରିକି ସେମାନଙ୍କର ଅର୍ଚ୍ଚନାଙ୍କ ସହିତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଏହି ଘଟଣାକୁ ନେଇ ଅନେକ ରାଗନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ୨୦୨୨ ମସିହା ଅକ୍ଟୋବର ମାସରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଚଳିତ ମାସ 12 ତାରିଖରେ ଜେଲରୁ ବାହାରି ଥିଲେ। ପରୀକ୍ଷା ଦେବାକୁ ଯାଇ ଥିଲେ।

Get real time updates directly on you device, subscribe now.