fbpx

ଲକ୍ଷ୍ନୌ, ବାରଣାସୀ ସହ ୪୬ ରେଲୱେ ଷ୍ଟେସନକୁ ଉଡ଼ାଇବାକୁ ଧମକ, ଗୁଇନ୍ଦା ବିଭାଗ ଜାରି କଲା ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା ବାରଣାସୀ, ଲକ୍ଷ୍ନୌ ସମେତ ୟୁପି ର ୪୬ଟି ରେଳ ଷ୍ଟେସନକୁ ଉଡ଼ାଇ ଦେବାର ଧମକ ଦେଇଛି । ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ସୂଚନା ମିଳିବ ପରେ ଏହାକୁ ନେଇ ଚିନ୍ତା ବଢ଼ିଛି । ତେବେ ସୂଚନା ମିଳିବା ପରେ ପିଡିଡିୟୁ ଜଙ୍କସନ, ବାରଣାସୀ କ୍ୟାଣ୍ଟ ଜଙ୍କସନ ସହ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।

ଗୁଇନ୍ଦା ସୂଚନା ପାଇବା ପରେ ପିଡିଡିୟୁ ଷ୍ଟେସନରେ ତୁରନ୍ତ ଜିଆରପି, ଆରପିଏଫ ଏବଂ ଡଗ ସ୍କ୍ୱାଡ ସୁରକ୍ଷା ଯାଞ୍ଚ କରିଥିଲେ । ଏହା ସହ ଜଙ୍କସନରୁ ଯାଉଥିବା ଅନେକ ଟ୍ରେନ ତଥା ଯାତ୍ରୀଙ୍କ ଆସବାବପତ୍ରକୁ ଯାଞ୍ଚ କରାଯାଇଥିଲା  । ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସ୍ଥିତି ଉପରେ ଗୁରୁତ୍ୱର ସହ ନଜର ରଖାଯାଇଥିବା ନେଇ କହିଛନ୍ତ ଜିଆରପି ପୋଲିସ ।

 

Get real time updates directly on you device, subscribe now.