fbpx

ଚାଲିଗଲେ ଗୋଟିଏ ପରିବାରର ୩ ଭାଇ, ମଜୁରୀ ଲାଗି ପେଟ ପୋଷିବାକୁ ଯାଉଥିଲେ ଆନ୍ଧ୍ର

Advertisement

ଭୁବନେଶ୍ୱର:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି । ତେବେ ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଦୁଃଖଦ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । ସେଥିମଧ୍ୟରୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ବସନ୍ତୀରେ ରହୁଥିବା ଏକ ପରିବାରର ୩ ଭାଇ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ । ଏହି ୩ ଭାଇ ହେଉଛନ୍ତି ହରନ ଗାଏନ୍, ନିଶିକାନ୍ତ ଗାଏନ୍, ଦିବାକର ଗାଏନ୍ । ଏମାନେ ସମସ୍ତେ ଦିନ ମଜୁରିଆ ଓ ଏମାନେ ଶ୍ରମିକ ଭାବରେ ଆନ୍ଧ୍ର ପ୍ରଦେଶରେ କାମ କରନ୍ତି ।

ଏହା ବ୍ୟତିତ ବସନ୍ତୀର ଚରେନଖଲୀ ଗ୍ରାମର ଆଉ ୨ ଜଣ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ବିକାଶ ହାଲଦାର ଓ ସଞ୍ଜୟ ହାଲଦାର । ଏହି ଦୁଇ ଜଣ ଶୁକ୍ରବାର ସକାଳ ୯ଟାରେ ସେମାନଙ୍କ ଘରୁ ବାହାରିଥିଲେ । ଏହି ଟ୍ରେନ୍ ଦୁର୍ଘଟଣାରେ ବସନ୍ତୀ ଓ ଗୋସାବା ଅଞ୍ଚଳର ବହୁ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.