fbpx

ଏକାଠି ରହି, ଏକାଠି ପଢି, ଏକ ସାଙ୍ଗରେ UPSC ସଫଳତା ହାସଲ କଲେ ତିନି ସାଙ୍ଗ

ନୂଆଦିଲ୍ଲୀ: ସାଧାରଣତଃ ଯଦି ଜଣେ ପିଲା ସବୁଦିନ ସାଙ୍ଗ ସହ ଖେଳୁଛି ତେବେ ଘରେ ମାଆ ତାକୁ ପାଟି କରିଥାନ୍ତି । ଏହିପରି ଭାବେ ପ୍ରତିଦିନ ମାଆ ଏବଂ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ । ଯଦି ଆପଣଙ୍କ ସାଂଗ ଆପଣଙ୍କୁ ଆଇଏଏସ ଅଫିସର ହେବାରେ ସାହାଯ୍ୟ କରେ, ତେବେ ଘର ଲୋକ ଖୁସି ହେବା ସହ ନିଜ ଜୀବନ ବଦଳି ଯାଏ । ପ୍ରକୃତରେ ଆପଣଙ୍କୁ ଏପରି ସାଙ୍ଗ କରିବା ଉଚିତ । ଏହିପରି ଏକ ଘଟଣା ଦିଲ୍ଲୀ ସହରରେ ଦେଖିବାକୁ ମିଳିଛି । ଆଇପିଏସ ସାଦ୍ ମିଆଁ ସିଂ, ଆଇଏଏସ ବିଶାଲ୍ ମିଶ୍ର ଏବଂ ଆଇଏଏସ ଗୌରବ ବିଜୟରାମ କୁମାର , ଏକ ସାଙ୍ଗରେ ୟୁପିଏସସି ସଫଳତା ହାସଲ କରିଛନ୍ତି । ଏହି ୩ଜଣ ସାଙ୍ଗ ଏକାଠି ରହି ପାଠ ପଢି ଏକ ସାଙ୍ଗରେ ୟୁପିଏସସି ସିଭିଲ ସେବା ପରୀକ୍ଷା ଉତ୍ତିର୍ଣ୍ଣ କରିଛନ୍ତି । ଏବଂ ଦୁନିଆକୁ ଦେକାଇଦେଇଛନ୍ତି ପ୍ରକୃତରେ ସାଙ୍ଗ କଣ । ଏହି ୩ଜଣଙ୍କ ଜୀବନୀ କଥା ଜାଣନ୍ତୁ ।

ସାଦ୍ ମିଆଁ ଖାନ ସାଙ୍ଗ ମାନଙ୍କ ମଧ୍ୟରୁ ଟପ ର୍ୟାଙ୍କ ହୋଲ୍ଡର । ସେ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ ୨୫ ର୍ୟାଙ୍କ ହାସଲ କରିଛନ୍ତି । ସେ ବିଜନୌରରେ ରୁହନ୍ତି ଏବଂ ବିଶାଲ ମିଶ୍ରଙ୍କ ସହ କାନପୁରରେ ବି.ଟେକ କରୁଥିଲେ । ଏହି ଦୁଇ ଜଣ ୨୦୦୭ରୁ ସାଙ୍ଗ ଥିବା ସହ ୨୦୧୨ରେ ସିଭିଲ ଇଞ୍ଜିନିୟରିଂରେ ଗ୍ରାଜୁଏଟ ହୋଇଥିଲେ । ଏହାପରେ ଏହି ୨ଜଣଙ୍କ ସହ ତୃତୀୟ ଜଣ ଗୌରବଙ୍କ ଦେଖା ହୋଇଥିଲା । ସେ ଦୁଇଜଣ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଶାଲ୍ ବିଟେକ ପରେ ଏମଟେକ କରିଥିଲେ । ସାଦ୍ ମଧ୍ୟ ନିଜର ଅଲଗା ପ୍ରସ୍ତୁତି କଲେ । ଗୌରବ ଚଣ୍ଡିଗଡ଼ରେ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି । ଏହି ସାଙ୍ଗମାନେ ଅଲଗା ହୋଇଥିଲେ ମଧ୍ୟ ପରସ୍ପର ସମ୍ପର୍କରେ ଥିଲେ । ଏହାପରେ ଗୌରବ ଦିଲ୍ଲୀ ୟୁପିଏସସି ସିଏସଇ ପାଇଁ ଚାଲିଯାଇଥିଲେ ।

ସାଦ ୨୦୧୩ ଏବଂ ୨୦୧୭ରେ ଚାରି ଥର ୟୁପିଏସସି ସିଏସଇ ଦେଇଥିଲେ ଏବଂ ନିଜ ୫ଟି ଆଟେମଣ୍ଟରେ କ୍ୱାଲିଫାଏଡ ହୋଇଥିଲେ । ହେଲେ ତାଙ୍କ ସାଧାରଣ ପଢା ପାଇଁ ଚତୁର୍ଥ ଆଟେମଣ୍ଟରେ କଟିଯାଇଥିଲେ । ଏହାପରେ ୨୦୧୭ରେ ପାସ କରିଥିଲେ । ସେ ନିଜ ପାଠ ପଢା ଦିନକୁ ମନପକାଇ କହିଛନ୍ତି ଯେ, ଇଣ୍ଟରଡକ୍ସନ ଏବଂ କନକ୍ଲ୍ୟୁଜନ ଲେଖିବା ପ୍ରୋସେସକୁ ଯେମିତି ଚେଞ୍ଜ କରନ୍ତି ସେହିପରି ମୁଁ ଇଣ୍ଟରଭ୍ୟୁରେ ନିଜର ଉତ୍ତର ଦେବା ପ୍ରୋସେକକୁ ଡେଭଲପ କରି ଉତ୍ତର ଦେବାରେ ସକ୍ଷମ ହୋଇଥିଲି । ଏହାପରେ ସେ ୨୦୧୭ରେ ଏଆଇଆର ୨୫ ର୍ୟାଙ୍କ ହାସଲ କରିଥିଲେ ।

ତେବେ ଗୌରବ ନିଜର ଚାକିରୀ ପ୍ରସ୍ତୁତିକୁ ନେଇ କହିଥିଲେ ଯେ, ମୁଁ ମୋ ସାଙ୍ଗ ମାନଙ୍କ ସହ ସବୁ ପ୍ଲାନିଂ, ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରେ । ସେମାନେ ମୋତେ ଭଲ ଷ୍ଟ୍ରାଟେଜି ବନାଇବାରେ ସାହାଯ୍ୟ କରିଥାନ୍ତି । ସେମାନେ ମୋ ଜୀବନରେ ଏକ ଅମୂଲ୍ୟ ରତ୍ନ ଅଟନ୍ତି । ସେମାନେ ମୋତେ ଭଲ ଶିକ୍ଷା ଦେବା ସହ ମୋ ପାଇଁ ସବୁ ଜିନିଷ ସହଜ କରି ଦିଅନ୍ତି । ସେ ବିଶାଲଙ୍କୁ ନିଜ ପାଠ ପଢାରେ ସାଥ ଦେବା ନେଇ ଅଧିକ ଧନ୍ୟବାଦ ଜଣାଇଛନ୍ତି । ଗୌରବ ୨୦୧୭ରେ ଅଲ ଇଣ୍ଡିଆ ର୍ୟାଙ୍କ ୩୪ରେ ନିଜ ସ୍ଥାନ ବଜାୟ ରଖିଥିଲେ ।
ଶେଷରେ ବିଶାଲ ମିଶ୍ର, ସେ ଉତ୍ତରା ଖଣ୍ଡର ଅଟନ୍ତି । ସେ ପେଶାରେ ଜଣେ ଇଞ୍ଜିନିୟର ଅଟନ୍ତି । ସେ ୟୁପିଏସସିର ସିଏସଇ ୨୦୧୭ରେ ଏୟାର ୪୯ ର୍ୟାଙ୍କ ହାସଲ କରି ୨୦୧୮ ବ୍ୟାଚରେ ଆଇଏଏସ ଅଧିକାରୀ ହୋଇଥିଲେ ।

Get real time updates directly on you device, subscribe now.