fbpx

ଦ କାଶ୍ମୀର ଫାଇଲ ବିବାଦ: ଜୁରୀ ଚିଫଙ୍କ ବିବାଦୀୟ ବୟାନ ପରେ ଇଜରାୟଲର ସଫେଇ , ଅନୁପମ ଖେର କହିଲେ…

ମୁମ୍ବାଇ: ଫିଲ୍ମ ‘ଦ କାଶ୍ମୀର ଫାଇଲ’ରିଲିଜ ହେବା ପରଠାରୁ ହିଁ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି । ପୂର୍ବରୁ ଏହି ଚଳଚ୍ଚିତ୍ରକୁ କିଛି ବ୍ୟକ୍ତି ନିନ୍ଦା କରୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ପୁଣି ବିବାଦ ଦେଖାଦେଇଛି । ତେବେ ଏକ ଫିଲ୍ମ ଫେଷ୍ଟିଭାଲରେ ଏପରି କିଛି କଥା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଇଏଫଏଫଆଇ ଜୁରି ମୁଖ୍ୟ ନାଦବ ଲାପିଡ ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରକୁ ଅଶ୍ଳୀଳ ତଥା ଅପ୍ରଚାର ବୋଲି କହିଛନ୍ତି । ଯାହାକୁ ନେଇ ଅଭିନେତା ଅନୁପମ ଖେର ତାଙ୍କୁ କଡା ଜବାବ ଦେଇଛନ୍ତି । ଏଥିସହିତ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ, ଇସ୍ରାଏଲର ଭାରତରେ ରାଷ୍ଟ୍ରଦୂତ ତଥା ମୁମ୍ବାଇରେ ଇସ୍ରାଏଲର କନସୁଲ ଜେନେରାଲ କୋବ୍ଦି ଶୋଶାନି ମଧ୍ୟ ଲାପିଡଙ୍କ ବିବୃତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ।ତେବେ ଫିଲ୍ମ ଫେଷ୍ଟିଭାଲର ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ଲାପିଡ ଫିଲ୍ମ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି। ସେହି ଭିଡିଓ ଲାପିଡ କହିଛନ୍ତି ‘ଦ କାଶ୍ମୀର ଫାଇଲ’ ଦ୍ୱାରା ଆମେ ସମସ୍ତେ ବିବ୍ରତ ଓ ଆଶ୍ଚର୍ଯ୍ୟ ହୋଇଯାଇଛୁ। ଏହା ଆମକୁ ଏକ ପ୍ରଚାର, ଅଶ୍ଳୀଳ ଚଳଚ୍ଚିତ୍ର ଭାବରେ ଆଘାତ ଦେଇଛି । ଏପରି ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବର କଳା ପ୍ରତିଯୋଗିତା ବିଭାଗ ପାଇଁ ଏହି ଚଳଚ୍ଚିତ୍ର ଅନୁପଯୁକ୍ତ ।

ତେବେ ଏହାପରେ ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରର ଅଭିନେତା ଅନୁପମ ଖେର ଲାପିଡଙ୍କ ଏହି ବୟାନକୁ ନେଇ ଟ୍ୱିଟ କରିଛନ୍ତି । ସେ କହିଛନ୍ତି, ମିଛର ସ୍ଥିତି ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ସର୍ବଦା ଛୋଟ । ଏହା ସହିତ ସେ ଫିଲ୍ମର ଚିତ୍ର ମଧ୍ୟ ଟ୍ୱିଟ୍ କରିଛନ୍ତି ।ଏତତ୍ ବ୍ୟତୀତ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ମଧ୍ୟ ଲାପିଡଙ୍କ ବିବୃତ୍ତିକୁ ନେଇ ସମାଲୋଚନା କରିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି, ‘କାଶ୍ମୀର ଫାଇଲ୍ସ ଫିଲ୍ମ ପାଇଁ ଲାପିଡଙ୍କ ଦ୍ୱାରା ବ୍ୟବହୃତ ଭାଷାକୁ ମୁଁ ଦୃଢବିରୋଧ କରୁଛି। ୩ ଲକ୍ଷ କାଶ୍ମୀରୀ ହିନ୍ଦୁଙ୍କ ହତ୍ୟାକାଣ୍ଡକୁ ଦର୍ଶାଉଥିବା ଚଳଚ୍ଚିତ୍ରକୁ ଅଶ୍ଳୀଳ କୁହାଯାଇପାରିବ ନାହିଁ। ଜଣେ ଚଳଚ୍ଚିତ୍ର ନିର୍ମାତା ତଥା କାଶ୍ମୀରୀ ପଣ୍ଡିତ ଭାବରେ ମୁଁ ଆତଙ୍କବାଦ ପୀଡିତଙ୍କ ପ୍ରତି ଏହି ପ୍ରକାର ବ୍ୟବହାରକୁ ନିନ୍ଦା କରୁଛି।

ଅନ୍ୟପକ୍ଷେ ଲାପିଡଙ୍କ ବିବୃତ୍ତିକୁ ନେଇ ଭାରତରେ ଇସ୍ରାଏଲ୍ ରାଷ୍ଟ୍ରଦୂତ ନର ଗିଲନ୍ ଏକ ଟ୍ୱିଟ୍ କରିଛନ୍ତି । ସେଥିରେ ସେ ଲାପିଡଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଅତିଥିମାନଙ୍କୁ ଭଗବାନ ବୋଲି ବିବେଚନା କରାଯାଏ। ତୁମେ ସେହି ବିଶ୍ୱାସ, ଆତିଥ୍ୟ ଏବଂ ସମ୍ମାନକୁ ଖରାପ ଉପାୟରେ ଅପମାନିତ କରିଛ । ତେବେ ଇସ୍ରାଏଲ ଏବଂ ଫାଉଡା ପ୍ରତି ଭାରତର ପ୍ରେମ ଦେଖି ତୁମକୁ ଏବଂ ମୋତେ ନିମନ୍ତ୍ରଣ କରାଯାଇଥିଲା । ମୁଁ ଭାବୁଛି ତୁମେ ତୁମର ଆଚରଣ ଉପରେ ପୁନର୍ବାର ଚିନ୍ତା କରିବା ଉଚିତ୍ । ଏଥିସହିତ ଇସ୍ରାଏଲ୍ ରାଷ୍ଟ୍ରଦୂତ ନର ଗିଲନ୍ ଆହୁରୀ ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଇସ୍ରାଏଲର ଲୋକଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଜବୁତ ଏବଂ ଆପଣ କରିଥିବା କ୍ଷତି ନିଶ୍ଚୟ ସହିବେ। ତେବେ ମୁଁ ଜଣେ ମଣିଷ ଭାବରେ ଲାପିଡଙ୍କ ଏପରି ବୟାନ ପାଇଁ ଲଜ୍ଜିତ । ଏଥିସହିତ ତାଙ୍କର ଏପରି ବ୍ୟବହାର ପାଇଁ ହୋଷ୍ଟମାନଙ୍କୁ କ୍ଷମା ମାଗିବାକୁ ଚାହେଁ ।

Get real time updates directly on you device, subscribe now.