fbpx

ସାରା ଦେଶରେ ଠପ୍ ହୋଇଗଲା ଜିଓ ସର୍ଭିସ୍: କଲିଂ ଓ ମେସେଜ୍ ସେବା ୩ ଘଣ୍ଟା ପାଇଁ ପ୍ରଭାବିତ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ତଥା ନମ୍ବର ୱାନ୍ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଆଜି ସକାଳୁ ଡାଉନ୍ ଚାଲିଥିଲା । ଜିଓ ଗ୍ରାହକଙ୍କ ଅଭିଯୋଗ ସୋସିଆଲ ମିଡିଆର ଦେଖିବାକୁ ମିଳୁଛି । ଗ୍ରାହକଙ୍କ କହିବା ମୁତାବକ, କଲ୍ ଓ ମେସେଜ୍ କରିବାକୁ ସମସ୍ୟା ହେଉଥିଲା । ଏହା ସହ ଇଣ୍ଟରନେଟ୍ ମଧ୍ୟ ସ୍ଲୋ ଚାଲିଥିଲା ।

୨୯ ନଭେମ୍ବର ସକାଳ ପ୍ରାୟ ୬ ଟାରୁ ସମଗ୍ର ଦେଶରେ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସକାଳ ୯ ଟା ପର୍ଯ୍ୟନ୍ତ ଏପରି ଚାଲିଥିଲା । ଅନେକ ଉପଭୋକ୍ତା ଟ୍ୱିଟରକୁ ଯାଇ ଏହି ଅଘଟଣ ବିଷୟରେ ଜଣାଇଥିଲେ । ଅଘଟଣ ହେତୁ ବିଭିନ୍ନ ପ୍ଲାଟଫର୍ମରେ ଦୁଇ-ଫ୍ୟାକ୍ଟର୍ ପ୍ରାମାଣିକିକରଣ ବ୍ୟବହାର କରୁଥିବା ଜିଓ ବ୍ୟବହାରକାରୀମାନେ ମଧ୍ୟ ଓଟିପି ଗ୍ରହଣ କରିବାରେ ଅସମର୍ଥ ହୋଇଥିଲେ ।

ଜିଓ ଏପର୍ଯ୍ୟନ୍ତ ସେବା ଡାଉନ୍ ବିଷୟରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ । ଅବଶ୍ୟ ଏହି ସମସ୍ୟା ଏବେ ସମାଧାନ ହୋଇସାରିଛି । ପୁଣି ପୂର୍ବ ପରି ଜିଓ ନିଜରୀ ସେବା ଲୋକମାନଙ୍କୁ ପ୍ରଦାନ କରୁଛି । କିନ୍ତୁ ବ୍ୟାଘାତର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ବର୍ଷସାରା ଅନେକ ଥର ଏହିପରି ଅଘଟଣ ଘଟିଥଲା । ଉପଭୋକ୍ତାମାନେ ୨୦୨୨ ମସିହାରେ ଅକ୍ଟୋବର, ଜୁନ୍ ଏବଂ ଫେବୃଆରୀରେ ଡାଟା ଏବଂ କଲ୍ ବ୍ୟବହାର କରିପାରୁ ନଥିଲେ ବୋଲି ରିପୋର୍ଟ କରିଥିଲେ ।

Get real time updates directly on you device, subscribe now.