Breaking: ଗଞ୍ଜାମରେ ଚାଞ୍ଚଲ୍ୟ, ବିଷ ପିଇ ଗୋଟିଏ ପରିବାରର ୩ ମୃତ
ମା' ସହ ବିଷ ପିଇଦେଲେ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅ। ଏକାଥରେ ପରିବାରର ୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲେ ଡାକ୍ତର।
ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଜଲ୍ୟ। ଏକାଥରେ ବିଷ ପିଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ଜଣ ସଦସ୍ୟ। ମା’ ସହ ପୁଅ ଓ ଝିଅ ବି ଆଖି ବୁଜିଲେ। ହସ୍ପିଟାଲରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର।
ହଁ ଗଞ୍ଜାମ ଥାନା ପାଲିବନ୍ଧ ପଞ୍ଚାୟତର ଘଟଣା। ଗତକାଲି ଗୋଟିଏ ପରିବାରର ମା’ ଓ ତାଙ୍କ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅ ବିଷ ପିଇ ଦେଇଥିଲେ। ପରିବାରର ସମସ୍ତେ ବିଷ ପିଇ ଥିବା ଜାଣି ଗ୍ରାମବାସୀ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।
ହେଲେ କିଛି ଲାଭ ମିଳିଲା ନାହିଁ। ଡାକ୍ତର ମା’ ସହ ଭାଇଭଉଣୀ ସମସ୍ତ ୩ ଜଣଙ୍କୁ ମୃତ ଘୋଷଣା କଲେ। ହେଲେ ଏକାଥରେ ପୁରା ପରିବାର କାହିଁକି ବିଷ ପିଇଲେ ତାହାର ସଠିକ୍ କାରଣ ଜଣା ପଡିନଥିବା ବେଳେ, ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।