fbpx

ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ, ୬ ଆହତ

ଗୁଣପୁର, ୧୬ ।୧୦(ଓଡିଶା ଭାସ୍କର):ରାୟଗଡ଼ା ଜିଲ୍ଲାର ଗୁଣପୁର ଅନ୍ତର୍ଗତ ଓକିଲଗୁଡ଼ା ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁ ହୋଇଛି । ଏହା ସହ ୬ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଥିବାବେଳେ ଜଣେ ପୁରୁଷ ଶ୍ରମିକ ରହିଛନ୍ତି । ପଥର ଖାଦାନରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ତା’ର କାରଣ ଅସ୍ପଷ୍ଟ ରହିଛି । ତେବେ ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବ ଅନୁମାନ କରାଯାଉଛି ।

Get real time updates directly on you device, subscribe now.