fbpx

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଯାଜପୁର,୨୫ ।୯(ଓଡିଶା ଭାସ୍କର): ଯାଜପୁର ଧର୍ମଶାଳା ଥାନା ନେଉଳପୁର ଛକ ନିକଟରେ ହୋଇଚଇ ଭୟଙ୍କର ସଡକ ଦୁର୍ଘଟଣା । ଏକ ଘରୋଇ ଆମ୍ବୁଲାନ୍ସ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଚାଲିଯାଇଛଇ ୩ ଜୀବନ । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ପୁରୁଷ, ମହିଳା ଓ ଜଣେ ଶିଶୁର ମୃତ୍ୟୁ ହୋଇଛି । ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡି ଯାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଆମ୍ବୁଲାନ୍ସରେ କେହି ରୋଗୀ ନଥିବା ସୂଚନା ମିଳିଛି । ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଛି ।

Get real time updates directly on you device, subscribe now.