fbpx
BSKY SKY
BSKY SKY

ଓଡ଼ିଶାରୁ ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ: ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଗତ ଜାନୁଆରୀ ମାସ ୨୫ ତାରିଖରେ କେନ୍ଦ୍ର ସରକାର ପ୍ରତିଷ୍ଠିତ ପଦ୍ମ ପୁରସ୍କାର ଘୋଷଣା କରିôôଲେ । ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ ଓ ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ।

ତେବେ ପଦ୍ମଶ୍ରୀ ପୁରସ୍କାର ପାଇଁ ଓଡ଼ିଶାରୁ ୪ ଜଣଙ୍କ ନାମ ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରେ ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଟା ପଟେଲ, କୃଷି ପାଇଁ ପଟ୍ଟାୟତ ସାହୁ ଓ କଣ୍ଢେଇ ନୃତ୍ୟ ପଇଁ ମାଗୁଣି ଚରଣ କୁଅଁର ମନୋନୀତ ହୋଇଥିଲେ । ତେବେ ମାଗୁଣି ରାଷ୍ଟ୍ରପତିଙ୍କଠାରୁ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଥିବା ବେଳେ ଅନ୍ୟ ୩ ଜଣ ବିଜେତାଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳର ନିବାସୀ ଅନ୍ତର୍ଯ୍ୟାମୀ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ ଉପରେ ଗବେଷଣା କରି ଅନେକ ପ୍ରବନ୍ଧ ଓ ପୁସ୍ତକ ପ୍ରକାଶ କରିଛନ୍ତି । କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବଲପୁର ନିବାସୀ କ୍ରିଷ୍ଣା ଏହି ପୁରସ୍କାର ପାଇଛନ୍ତି । ସେହିପରି କଳାହାଣ୍ଡି ନିବାସୀ ପଟ୍ଟାୟତ ବିଲୃପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷିତ କରିବା ସହ ୨୫୦୦ରୁ ଅଧିକ ଔଷଧୀୟ ଗଛ ଲଗାଇ ଚର୍ଚ୍ଚାକୁ ଆସିଥିଲେ । ଏଥିସହିତ ସେ ବୈଦ୍ୟ କାମ କରି ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ।

Get real time updates directly on you device, subscribe now.