fbpx

ପୁରୁଷ ନା ମହିଳା: କାହାର ବ୍ରେନ ଅଧିକ ସୁସ୍ଥ ଓ ଶକ୍ତିଶାଳୀ, ରିସର୍ଚ୍ଚ ଖୋଲିଦେଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣିଥାନ୍ତି । ତେବେ ଏହା ମଧ୍ୟରେ ମଣିଷର ମସ୍ତିଷ୍କକୁ ନେଇ ଏକ ବଡ଼ ତଥ୍ୟ ରିସର୍ଚ୍ଚରୁ ଜଣାପଡ଼ିଛି । ଶରୀରର ପ୍ରତ୍ୟେକ ଅଙ୍ଗକୁ ସୁସ୍ଥ ରଖିବା ଆମର ଏକ ବଡ଼ ଦାୟିତ୍ୱ । ତେବେ ଆମ ଶରୀର ପରି ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିବା ନିହାତି ଜରୁରୀ । ଏନେଇ ଡାକ୍ତର କିଛି ଟିପସ୍ ପ୍ରଦାନ କରିଛନ୍ତି ।

ମଣିଷର ମସ୍ତିଷ୍କକୁ ନେଇ ଜଣେ ଡାକ୍ତର କହିଛନ୍ତି, ସେ ଦୁଇ ଲକ୍ଷରୁ ଅଧିକ ସ୍ପେକଟ୍ରମକୁ ନେଇ ଏହି ଷ୍ଟଡି କରିଥିଲେ । ଏହାପରେ ସେ ଏକ ନୂଆ ତଥ୍ୟ ଜାଣିବାକୁ ପାଇଥିଲେ । ମହିଳାଙ୍କ ବ୍ରେନ ଅଧିକ ବ୍ୟସ୍ତ ରହିବା ସହିତ ସୁସ୍ଥ ମଧ୍ୟ ରହିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଥିଲା । ମାତ୍ର ଅନେକ ସମୟରେ ସମୟରେ ମହିଳାମାନେ ଡିପ୍ରେସନର ଶିକାର ମଧ୍ୟ ହୋଇଥାନ୍ତି । ଆମର ବ୍ରେନରେ ଦୈନିକ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ତେଣୁ ଆମ ବ୍ରେନକୁ ଆରାମର ଆବଶ୍ୟକତା ରହିଛି । ବ୍ରେନ ଶରୀରର ଏକ ମୁଖ୍ୟ କେନ୍ଦ୍ର ହୋଇଥିବାରୁ ତାହାକୁ ସୁସ୍ଥ ରଖିବା ନିହାତି ଜରୁରୀ । ବ୍ରେନରେ ରହିଥିବା ନର୍ଭସ ସିଷ୍ଟମ ମଣିଷର ଭାବନା ଉପରେ କାର୍ଯ୍ୟ କରିଥାଏ । ସେଥିପାଇଁ ବ୍ରେନକୁ ଶାନ୍ତ ରଖିବା ଆବଶ୍ୟକ । ଏହା ପୂର୍ବରୁ ମଧ୍ୟ ମହିଳା ଓ ପୁରୁଷଙ୍କ ବ୍ରେନକୁ ଅନେଇ ଏକାଧିକ ତଥ୍ୟ ସାମ୍ନାକୁ ଆସିଛି । ତେବେ ମହିଳାଙ୍କ ବ୍ରେନ ପୁରୁଷଙ୍କଠାରୁ ଅଧିକ ଆକ୍ଟିଭ ବୋଲି ଗତ ୨୦୧୭ରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ସେହିପରି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶବ୍ଦ ରଖିପାରନ୍ତି ବୋଲି ଗତବର୍ଷ ଅକ୍ଟୋବର ମାସରେ ଏକ ଷ୍ଟଡି ରିପୋର୍ଟରେ କୁହାଯାଇଥିଲା । ସାଧାରଣ ଭାବେ ମହିଳାଙ୍କଠାରୁ ପୁରୁଷଙ୍କର ବ୍ରେନ ୧୦ ପ୍ରତିଶତ ବଡ଼ ହୋଇଥାଏ । ମାତ୍ର ଏହା ବୁଦ୍ଧିମତ୍ତା କ୍ଷେତ୍ରରେ ପ୍ରଭାବ ପକାଇନଥାଏ ବୋଲି କୁହାଯାଏ ।

Get real time updates directly on you device, subscribe now.