fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ ପ୍ରଯୁକ୍ତି ବିଦ୍ୟାକୁ ଆପଣାଉଛି । ରାଜ୍ୟରେ କିପରି ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ, ଚୋରି, ରାହାଜାନୀ ଉପରେ କିପରି ରୋକ ଲାଗିବ, ସାଇବର ଠକାମି କିପରି ହ୍ରାସ ପାଇବ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ରାଜ୍ୟରେ ଆଉ ୩ଟି ପୋଲିସ ଷ୍ଟେସନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଖୋର୍ଦ୍ଧା, କେଉଁଝର ଓ ବଡ଼ବିଲରେ ନୂଆ ଥାନା ପ୍ରତିଷ୍ଠା ହେବ । ରାଜ୍ୟର ଏହି ୩ଟି ସ୍ଥାନରେ ଟ୍ରାଫିକ ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନରେ ୨୩ଟି ଅତିରିକ୍ତ ପଦ ସୃଷ୍ଟି ହେବ । ସେହିପରି କେନ୍ଦୁଝର ଓ ବଡ଼ବିଲ ପୋଲିସ ଷ୍ଟେସନ ପାଇଁ ୨୪ଟି ପଦ ସୃଷ୍ଟି ହେବ । ଏପରି ଭାବେ ୩ଟି ଥାନା ପାଇଁ ମୁଖ୍ୟମନ୍ତ୍ରୀ ୪୭ଟି ପଦ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଚୋରି, ଡକାୟତି ହ୍ରାସ ପାଇଁ ରାଜଧାନୀ ଭୁବନେଶ୍ୱରରେ ୨ଟି ଥାନା ଲୋକାର୍ପିତ ହୋଇଥିଲା । ଭୁବନେଶ୍ୱରର ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ଏହି ଦୁଇଟି ପୋଲିସ ଷ୍ଟେସନ ଗୃହକୁ ରାଜ୍ୟ ଗୃହମନ୍ତ୍ରୀ ଗତ ୧୫ ତାରିଖରେ ଉଦଘାଟନ କରିଥିଲେ । ଜନସାଧାରଣଙ୍କୁ କିପରି ତୁରନ୍ତ ଭିତ୍ତିରେ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏହି ଥାନାଗୁଡ଼ିକରେ ଉପଲବ୍ଧ କରାଯାଇଥିଲା ।

Get real time updates directly on you device, subscribe now.