fbpx

PoKକୁ ଫେରାଇ ଆଣିବା BJP ସରକାରର ମୁଖ୍ୟ ଏଜେଣ୍ଡା: PM ମୋଦୀଙ୍କର ରହିଛି ମାଷ୍ଟର ପ୍ଲାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଇକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ତାହା ବର୍ତ୍ତମାନ ପାକିସ୍ତାନ କବଜରେ ରହିଛି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତକୁ ପିଇକେ ଫେରିବା ନେଇ ଏକାଧିକ ବାର ଚର୍ଚ୍ଚା ହୋଇଛି । ପିଓକେ, ଗିଲଗିଟ-ବେଲୁଚିସ୍ତାନ ବିନା ଜମ୍ମୁ କଶ୍ମୀରର ବିକାଶ ଅଧୁରା ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପୂର୍ବରୁ ବୟାନ ଦେଇଥିଲେ । ତେବେ ଏହା ମଧ୍ୟରେ ପୁଣି ଥରେ ପିଇକେ ପ୍ରସଙ୍ଗ ସାମ୍ନାକୁ ଆସିଛି ।

ଏବେ ବ୍ରିଟେନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପିଓକେ ଚର୍ଚ୍ଚାକୁ ପୁଣି ଥରେ ତାଜା କରିଦେଇଛନ୍ତି । ପିଓକେ ଫେରାଇ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲ ନେହେରୁଙ୍କୁ ନିନ୍ଦା କରିଛନ୍ତି । ଯଦି ନେହେରୁ ଗୃହମନ୍ତ୍ରୀ ସରଦାର ବଲ୍ଲଭଭାଇ ପଟେଲଙ୍କୁ ଏହି କ୍ଷେତ୍ର ସମ୍ଭାଳିବା ଦାୟିତ୍ୱ ପ୍ରଦାନ କରିଥାନ୍ତେ ତେବେ ଆଜି ଏହି ପରିସ୍ଥିତି ଦେଖିବାକୁ ମିଳିନଥାନ୍ତା । ପିଓକେକୁ ଫେରାଇ ଆଣିବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା ବୋଲି ସେ ଏହି ଅବସରରେ କହିଥିଲେ ।

ଜିତେନ୍ଦ୍ର ଜମ୍ମୁ କଶ୍ମୀରର ଉଧମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ପୂର୍ବରୁ ମଧ୍ୟ ପିଓକେକୁ ନେଇ ମଧ୍ୟ ବୟାନ ଦେଇଥିଲେ । ପିଏମ୍ ମୋଦୀ କ୍ଷମତାକୁ ଆସିବା ପରେ ପିଇକେ ଉପରେ କାର୍ଯ୍ୟ କରୁଛନ୍ତି । ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ କଶ୍ମୀର ବାସୀଙ୍କୁ ନିଜତ୍ୱ ପଣର ଅନୁଭବ ହୋଇଥିଲା । ଏହି ଧାରା ହଟିବା ପରେ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଓ ପ୍ରପର୍ଟି ଅଧିକାର ମିଳିଥିଲା । ଏଥିସହିତ ପାକିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କୁ ମଧ୍ୟ ସେମାନଙ୍କର ହକ୍ ମିଳିଥିଲା ।

Get real time updates directly on you device, subscribe now.