fbpx

ଜଣେ ଶିକ୍ଷାମନ୍ତ୍ରୀଙ୍କ ୩ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ସେବା ପାଇଁ କରାଗଲା ଚୟନ, ଇଣ୍ଟରଭ୍ୟୁ ମାର୍କକୁ ନେଇ ଜୋର୍ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ:  ଜଣେ ଶିକ୍ଷା ମନ୍ତ୍ରୀଙ୍କ ୩ ଜଣ ସମ୍ପର୍କୀୟଙ୍କୁ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ ଚୟନ କରାଯିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟସରା ଏହି ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଇଣ୍ଟରଭ୍ୟୁରେ ମନ୍ତ୍ରୀଙ୍କର ସମସ୍ତ ସମ୍ପର୍କୀୟଙ୍କୁ ୮୦ ପ୍ରତିଶତ ଲେଖାଏଁ ମାର୍କ ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ଉଠିଛି ।

ତେବେ ଏହି ଘଟଣାରେ ମନ୍ତ୍ରୀ କହିଛନ୍ତି ଯେ, ରାଜସ୍ଥାନ ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ୍) ପରୀକ୍ଷା ରିଜଲ୍ଟରେ ତାଙ୍କର କୌଣସି ଭୂମିକା ନାହିଁ । ତାଙ୍କର ସମସ୍ତ ସମ୍ପର୍କୀୟମାନେ ନିଜର ଦକ୍ଷତା ଆଧାରରେ ଏହି ପରୀକ୍ଷାରେ ପାସ୍ କରିଥିବା କହିଛନ୍ତି । ତେବେ ଏହି ଘଟଣାରେ ବିଜେପି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀଙ୍କର ସମ୍ପର୍କୀୟ ତିନି ଭାଇଭଉଣୀଙ୍କ ନମ୍ବର ଆରଏଏସ ପରୀକ୍ଷାରେ ସମାନ ହେବା ବିଡ଼ମ୍ବନାର ବିଷୟ । ମନ୍ତ୍ରୀଙ୍କ ୩ ସମ୍ପର୍କୀୟଙ୍କ ଗୌରବ, ପ୍ରଭା ଓ ପ୍ରତିଭା ସମସ୍ତଙ୍କୁ ଇଣ୍ଟରଭ୍ୟୁରେ ୮୦ ପ୍ରତିଶତ ମାର୍କ ପ୍ରଦାନ କରାଯାଇଥିବା ଅଭିଯୋଗ କରାଯାଇଛି । ତେବେ ରେକର୍ଡ ଯାଞ୍ଚ ପରେ ସେ ତାଙ୍କର ମନ୍ତବ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି ରାଜସ୍ଥାନ ଲୋକସଭା ଆୟୋଗର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଯାଦବ ।

Get real time updates directly on you device, subscribe now.