fbpx

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ! ୟେଦ୍ଦୁରାପ୍ପା ଆୟୋଜନ କରିଛନ୍ତି ବିଦାୟକାଳୀନ ଭୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତ ବର୍ଷରେ ରାଜନୀତି ସରଗରମ ରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ମଙ୍ଗୁଆଳ ଚେଞ୍ଜ ହେବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପାଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଥରେ ଚେଇଁ ଉଠିଛି ।

ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ୨୫ ତାରିଖରେ ୟେଦ୍ଦୁ ଏକ ବିଦାୟକାଳୀନ ଭୋଜିର ଆୟୋଜନ କରିଛନ୍ତି । ଏହି ଭୋଜିରେ ବରିଷ୍ଠ ଅଧିକାରୀ ଓ ସଚିବାଳୟ କର୍ମଚାରୀମାନେ ସାମିଲ ହେବେ । ତେବେ ଏହି ଭୋଜିର ଠିକ୍ ଗୋଟିଏ ଦିନ ପରେ ବିଜେପି ବିଧାୟକ ଦଳ ବୈଠକ ବସିବାର ଥିବାରୁ ଉକ୍ତ ବୈଠକରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଚୟନ ହୋଇପାରନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ୟେଦ୍ଦୁରାପ୍ପା ଅଚାନକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ । ଏହାପରେ ୟେଦ୍ଦୁଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଚର୍ଚ୍ଚାକୁ ୟେଦ୍ଦୁ ହସରେ ଉଡ଼ାଇ ଦେଇଥିଲେ ହେଁ ଏହା ଭିତରେ କିଛି ଗୁମର କଥା ରହିଥିଲା । ନିଜ ପୁତ୍ରଙ୍କୁ କେନ୍ଦ୍ରରେ ଥଇଥାନ ପାଇଁ ୟେଦ୍ଦୁ ସର୍ତ୍ତ ରଖିଥିଲେ । ତେବେ ବୋଧହୁଏ ୟେଦ୍ଦୁଙ୍କ ଉକ୍ତ ସର୍ତ୍ତ ପୂରଣ ହୋଇଯାଇଛି । ତେଣୁ ୟେଦ୍ଦୁ ମୁଖ୍ୟମନ୍ତ୍ରୀ ପଦରୁ ଓହରିବାକୁ ରାଜି ହେବା ପରେ ନୂତନ ଦଳପତିଙ୍କୁ ଚୟନ କରାଯିବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.