fbpx

ବାରବାଟୀ-କଟକ ବିଧାନସଭା ଆସନ କିଏ ହାତେଇବ: ବାଉନ ସହର ଓ ତେପନ ଗଳିର ଜନତାଙ୍କ ମୁଡ଼ ବୁଝିବା ବଡ଼ ମୁସ୍କିଲ୍

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ । ସେଥିମଧ୍ୟରୁ କଟକରେ ହେବାକୁ ଥିବା ହାଇଭୋଲଟେଜ୍ ଲଢ଼େଇ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।

ଏଥର ସର୍ଭିଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ବାରବାଟୀ-କଟକ ବିଧାନସଭା ଆସନର ଲଢ଼େଇ । ଏହି ଆସନରେ ବିଜେଡିରୁ ପ୍ରକାଶ ବେହେରା, ବିଜେପିରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ କଂଗ୍ରେସରୁ ସୋଫିଆ ଫିର୍ଦୋସ ପ୍ରାର୍ଥୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଚେହେରା ଓ ବିଜେଡିର ବିଭିନ୍ନ ଜନାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି ପ୍ରକାଶ । ସେହିପରି ବାପା ମହମ୍ମଦ ମୋକିମଙ୍କ ପ୍ରତିଷ୍ଠା ଓ କଂଗ୍ରେସର ନୀତି ଆଦର୍ଶକୁ ନେଇ ଜିତିବାକୁ ଆଶାବାଦୀ ରହିଛନ୍ତି ସୋଫିଆ । ଅନ୍ୟପକ୍ଷରେ ବିଜେପିର ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମ୍ୟାଜିକରେ କିଛି କମାଲ କରିବା ଲକ୍ଷ୍ୟରେ ରହିଛନ୍ତି ଡା. ମହାପାତ୍ର ।

ବାରବାଟୀ-କଟକ ଆସନର ଇତିହାସ ଦେଖିଲେ ଏହି ନିର୍ବାଚନ ମଣ୍ଡଳୀର ମୁଡ଼ ଏକ ଭିନ୍ନ ସନ୍ଦେଶ ଦେଉଛି । ୧୯୯୮୫ ଓ ୧୯୯୦ ନିର୍ବାଚନରେ ଏହି ଆସନରୁ ଜନତା ଦଳ ପ୍ରାର୍ଥୀ ସୟଦ ମୁସ୍ତାଫିଜ ଅହମଦ ବିଜୟୀ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ସମୀର ଦେ ବିଜୟୀ ହୋଇଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମୋକିମ ୫୦,୨୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ୪୮,୧୦୧ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ସମୀର ଦେ ୩୩,୮୨୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବାଶିଷ ୫୭ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋକିମ ୪୩ ହଜାରରୁ ଅଧିକ ଭୋଟ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ ୨୦ ହଜାରରୁ ଅଧିକ ଭୋଟ ପାଇଥିଲେ ।

Get real time updates directly on you device, subscribe now.