fbpx

(Video)ରାହୁଲ ଗାନ୍ଧୀଙ୍କ ବିଷୟରେ କ’ଣ କହିଲେ ମେନକା ଗାନ୍ଧୀ, ବରୁଣଙ୍କ ସହ ତୁଳନାକୁ ନେଇ ରଖିଲେ ଜବାବ

AAKASH

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁଲତାନପୁର ସିଟ୍‌ରୁ ବିଜେପି ପ୍ରାର୍ଥୀ ମେନକା ଗାନ୍ଧୀ ନିଜ ପୁଅ ବରୁଣ ଗାନ୍ଧୀ ଓ ଓ ପୁତୁରା ରାହୁଲ ଗାନ୍ଧୀଙ୍କ ବିଷୟରେ ପଚରା ଯିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି । ବରୁଣଙ୍କୁ ଟିକେଟ୍ ନ ମିଳିବା ନେଇ ସେ ପୁଣି ଥରେ ନିଜର ବୟାନ ରଖିଛନ୍ତି । ସେ କହିଛନ୍ତି ସମସ୍ତଙ୍କର ଅଲଗା ଅଲଗା ରାସ୍ତା ରହିଛି । ଭାଗ୍ୟ ବି ସମସ୍ତଙ୍କର ସମାନ ନୁହେଁ । ସାମର୍ଥ୍ୟ ଥିଲେ ସମସ୍ତେ ନିଜ ନିଜ ରାସ୍ତା ବାଛିବେ । ସେ କହିଛନ୍ତି ମୁଁ କେବେ ବି ଜଣଙ୍କୁ ଅନ୍ୟଜଣଙ୍କ ସହ ତୁଳନା କରିନାହିଁ । ସମସ୍ତଙ୍କର ଅଲଗା ଅଲଗା ରାସ୍ତା ରହିଛି ।

ମେନକା ଗାନ୍ଧୀ କହିଛନ୍ତି ସୁଯୋଗ କ୍ଷମତା ଉପରେ ନିର୍ଭର କରିଥାଏ । ଯାହା ପାଖରେ କ୍ଷମତା ଅଛି ସେ ନିଜ ରାସ୍ତା ତିଆରି କରିନେବ । ସେ କହିଛନ୍ତି ଏହା ମଧ୍ୟ ଭୁଲ୍ ଧାରଣା ଯେ ଦଳକୁ ସାଂସଦ ଚଳାନ୍ତି । ବିଜେପିରେ କୋଟି କୋଟି ଲୋକ ରହିଛନ୍ତି ଯେଉଁମାନେ ଏହାକୁ ଚଳାଉଛନ୍ତି । ସାଂସଦ ତ ମାତ୍ର ୩୦୦-୪୦୦ ରହିଛନ୍ତି । ଦଳରେ ରହିଥିବା ଅନ୍ୟମାନେ କ’ଣ ନେତା ନୁହଁନ୍ତି?

ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିଷୟରେ ପଚରାଯିବା ପରେ ସେ କହିଛନ୍ତି, ସମସ୍ତଙ୍କର ନିଜସ୍ୱ ରାସ୍ତା ଓ ଭାଗ୍ୟ ରହିଛି । ମୁଁ କେବେ ବି କାହାର କ୍ଷମତା ବିଷୟରେ କିଛି କହିବାକୁ ପସନ୍ଦ କରେ ନାହିଁ । ନିଜର ବିଜୟ ବିଷୟରେ କହିଛନ୍ତି ସବୁ ପ୍ରତ୍ୟାଶୀ ଚାହାନ୍ତି କି ମୋର ବିଜୟ ହେଉ । ମୁଁ ବି ସେମାନଙ୍କ ଠାରୁ ଅଲଗା ନୁହେଁ । ଏଠାରେ ସୂଚାଇ ଦିଆଯାଇପାରେ କି ମେ’ ୨୫ ତାରିଖରେ ସୁଲତାନପୁରରେ ଭୋଟ ଗ୍ରହଣ ହେବ ।

Get real time updates directly on you device, subscribe now.