fbpx

‘ସାତ ଜନ୍ମରେ ସରକାର ଗଠନ କରିପାରିବ ନାହିଁ କଂଗ୍ରେସ’, ହରିୟାଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବି

AAKASH

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ମହେନ୍ଦ୍ରଗଢରେ ପହଞ୍ଚିଛନ୍ତି । ଏଠାରେ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ସାତ ଜନ୍ମରେ କଂଗ୍ରେସ ସରକାର ଗଠନ କରିପାରିବ ନାହିଁ । କଂଗ୍ରେସକୁ ଦେଉଥିବା ଭୋଟ ବେକାର ହିଁ ହେବ ।

ସେ ବିରୋଧୀ ମେଣ୍ଟ I.N.D.I.A କୁ ଟାର୍ଗେଟ କରି କହିଛନ୍ତି ଯେ, ଗାଈ କ୍ଷୀର ଦେଇଛି କି ନାହିଁ ଘିଅ ଖାଇବା ପାଇଁ I.N.D.I.A  ମେଣ୍ଟ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି । ଏମାନେ କହୁଛନ୍ତି ଯେ, ପାଞ୍ଚ ବର୍ଷରେ ପଞ୍ଚଜଣ ପ୍ରଧାନମନ୍ତ୍ରୀ ହେବେ, ହରିୟାଣାର ଲୋକେ ଏହାର ଧଯ୍ୟା ଉଡାଇଦେବେ । I.N.D.I.A ମେଣ୍ଟର ଲୋକମାନେ ଅତ୍ୟନ୍ତ ସଂପ୍ରଦାୟିକ, ଅତ୍ୟଧିକ ଜାତିବାଦୀ, ଅତ୍ୟଧିକ ପରିବାର ଭିତ୍ତିକ ।

ହରିୟାଣାରେ ନିଜ କଥା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୋତେ ପଞ୍ଜାବ ଏବଂ ହରିୟାଣାର ରାଜନୀତି ବିଷୟରେ ବୁଝାପଡିଲା । ମୁଁ ୧୯୯୫ ମସିହାରେ ହରିୟାଣା ଆସିଥିଲି । ମୁଁ ଏଠାରେ ମାଆ-ଭଉଣୀଙ୍କ ହାତର ଖାଇବା ଖାଇଥିଲି । ସମସ୍ତ ଭାରତ ବିରୋଧୀ ଶକ୍ତି ସକ୍ରିୟ କିନ୍ତୁ ମୋଦୀ ସେମାନଙ୍କ ନିକଟରେ ମୁଣ୍ଡ ନୁଆଁନ୍ତି ନାହିଁ । ଆପଣମାନଙ୍କ ଋଣ ପରିଶୋଧ କରିବାକୁ ମୋଦୀଙ୍କର ବହୁତ କାମ ଅଛି । ଆମ ହରିୟାଣାକୁ ନୂଆ ଉଚ୍ଚବତାକୁ ନେବାକୁ ପଡିବ । ଏଥିପାଇଁ ପୁଣିଥରେ ମୋଦୀ ସରକାର ଆବଶ୍ୟକ ।

Get real time updates directly on you device, subscribe now.