fbpx

ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା: ୩ ରସିକିଆଙ୍କୁ ଏମିତି ଦଣ୍ଡ ଦେଲେ ଗ୍ରାମବାସୀ, ଦେଖନ୍ତୁ Video

Advertisement

ନିମାପଡ଼ା(ଓଡ଼ିଶା ଭାସ୍କର): ନବମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ୩ ରସିକିଆ ଯୁବକଙ୍କୁ ଉଠବସ୍ କରାଇଲେ ଗ୍ରାମବାସୀ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ନିମାପଡା ଥାନା ଅରିଷଣ୍ଢ ଗ୍ରାମର ଗୋପ ବଜାରରେ ରସିକିଆଙ୍କୁ ଉଠବସ୍ କରାଇଥିବା ଜଣାପଡିଛି ।

ତେବେ କମେଣ୍ଟ ମାରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ସେମାନଙ୍କୁ ପ୍ରାୟ ୧୦୦ ଥର ବସ୍-ଉଠ୍ କରାଇଥିଲେ । ସ୍କୁଲରେ କାନଧରି ବସ୍ ଉଠ୍ କଲା ଭଳି ସେମାନେ ୧୦୦ ଥର ବସ୍-ଉଠ୍ ହୋଇଥିଲେ । କମେଣ୍ଟ ମାରୁଥିବା ଯୁବକଙ୍କୁ ଏଭଳି ଦଣ୍ଡ ଦେବା ଉଚିତ୍ ବୋଲି ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୩ ଯୁବକ ନିମାପଡା ଥାନା ଅରିଷଣ୍ଢ ଗ୍ରାମର ଗୋପ ବଜାରର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଦିନ ହେବ କମେଣ୍ଟ ମାରୁଥିଲେ । କମେଣ୍ଟ ମରାକୁ ନେଇ ଝିଅଟି ନିଜ ବାପାଙ୍କୁ କହିଥିଲେ । ଏହା ପରେ ଝିଅଙ୍କ ବାପା ତାଙ୍କ ସାଙ୍ଗକୁ ନେଇ ୩ ଯୁବକଙ୍କୁ କାବୁ କରିଥିଲେ ଓ ସବୁ ରସିକିଆ ପଣ ଛଡ଼ାଇଦେଇଥିଲେ । ଦଣ୍ଡ ସ୍ୱରୂପ ସେମାନଙ୍କୁ ବଜାରର ପେଣ୍ଡାଲ ଉପରେ ସମସ୍ତଙ୍କ ଆଗରେ ଭୁଲ ମଗାଇ ବସ୍-ଉଠ୍ କରାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

 

Get real time updates directly on you device, subscribe now.