fbpx

ଅପରାହ୍ନରେ ବଦଳିଯିବ ପାଗ ! ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ଆଜି ଅପରାହ୍ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି ସ୍ଥାନରେ ପବନର ବେଗ ୬୦ ବି ଛୁଇଁବ। ବିଜୁଳି, ଘଡ଼ଘଡ଼ି ଦେଖିବାକୁ ମିଳିବ। କିଛି ସ୍ଥାନରେ କୁଆପଥର ମାଡ଼ର ବି ଆଶଙ୍କା ଅଛି। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାର ତାଣ୍ଡବ ରଚାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏଥି ପାଇଁ ସବୁ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ ୮ଟି ଜିଲ୍ଲାରେ ସର୍ବାଧିକ ଅନୁଭୂତ ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ। ଏସବୁ ସ୍ଥାନରେ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ନୟାଗଡ଼, ଖୋର୍ଧା, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି।

Get real time updates directly on you device, subscribe now.