fbpx
BJD
BJD SKY
BJD SKY

(Video)ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ‘ଟାୱେଲ୍ ଫାଇଟ୍’….ଟାଇଗର-୩’ର ନୂଆ ପ୍ରୋମାେରେ ରହିଛି ଏମିତି କିଛି ଝଲକ

ଓଡିଶା ଭାସ୍କର; ଲମ୍ୱା ସମୟ ବ୍ୟବଧାନ ପରେ ପୁଣି ବଡ ପରଦାରେ ଫେରିବାକୁ ଯାଉଛନ୍ତି ବଲିଉଡ ଭାଇଜାନ । କାରଣ ଏହି ଦୀପାବଳି ଅବସରରେ ନଭେମ୍ବର ୧୨ ତାରିଖରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଫିଲ୍ମ ‘ଟାଇଗର-୩’ । ଏହି ବହୁ ପ୍ରତୀକ୍ଷିତ ସିନେମାରେ ମୁଖ୍ୟ ଭୂମିକାରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିବେ। ତେବେ ଏହି ସିନେମା ରିଲିଜ ପୂର୍ବରୁ ଏହାର ପ୍ରୋମୋ ରିଲିଜ ହୋଇଥିବା ନଜରକୁ ଆସିଛି ।

ଏଥିରେ ସଲମାନ ଖାନଙ୍କ ବନ୍ଧୁକ ଭରା ଫାଇଟ ସାଙ୍ଗକୁ ଖଳନାୟକ ଇମ୍ରାନ ହାସମୀଙ୍କ ଜବରଦସ୍ତ ଲୁକ ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ବା ଏହି ଫିଲ୍ମର ନାୟିକା କ୍ୟାଟ୍ରିନା କୈଫଙ୍କ ଏକ ଫାଇଟ ସେନ୍ସ ମଧ୍ୟ ନଜରକୁ ଆସିଛି । ସଲମାନ ଖାନଙ୍କ ଆକ୍ସନକୁ ନେଇ ଯେତିକି ଚର୍ଚ୍ଚା କ୍ୟାଟ୍ରିନାଙ୍କ ଏହି ଫାଇଟ୍ ସେନ୍ସକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା । କାରଣ ଏଥିରେ କ୍ୟାଟ୍ରିନାଙ୍କ ଏକ ଟାୱେଲ୍ ପିନ୍ଧା ଫାଇଟ୍ ସେନ୍ସ ରହିଛି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ଢେର ସାରା ଭଲ ପାଇବା ଦେଉଛନ୍ତି । ଏହି ଫାଇଟ ସେନ୍ସରେ ଅଭିନେତ୍ରୀ କ୍ୟାଟ୍ରିନା ଆଉ ଜଣେ ଅଭିନେତ୍ରୀ(ଖଳନାୟିକା)ଙ୍କ ସହ ଫାଇଟ କରୁଛନ୍ତି । ଉଭୟେ ଟାୱେଲ୍ ପିନ୍ଧିଥିବା ଅବସ୍ଥାରେ ଏକ ଡାର୍କ-ଲାଇଟ ରୁମରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ଫାଇଟ ଚାଲୁଥିବା ଦେଖିବାକୁ ମିଳିଛି । ତେବେ ଫିଲ୍ମର ଏହି ପ୍ରୋମୋକୁ ନେଇ ଏତେ ମାତ୍ରାରେ ଚର୍ଚ୍ଚା ରହିଛି ଯେ, ସିନେମାକୁ ବି ସମସ୍ତେ ବହୁ ମାତ୍ରାରେ ଗ୍ରହଣ କରିବେ ତାହା ଏବେଠୁ ଜଣା ପଡୁଛି ।

ସୂଚନା ଥାଉକି, ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଟାଇଗର-୩’ ଆସନ୍ତା ନଭେମ୍ବର ୧୨ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଏହାକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ-ସିବିଏଫସି ବିନା କଟରେ ମଞ୍ଜୁରୀ ଦେଇଛି। ଯାହାର ଅବଧି ଦୁଇ ଘଣ୍ଟା ୨୨ ମିନିଟ ରହିଛି। ଏଥିରେ ଇମ୍ରାନ ହାସମୀ ମୁଖ୍ୟ ଖଳନାୟକ ଭୂମିକାରେ ସାମ୍ନାକୁ ଆସିବେ । ଚଳଚ୍ଚିତ୍ରର ପ୍ରଥମ ସୋ ଦୀପାବଳିରେ ସକାଳ ୭ ଟାରେ ରିଲିଜ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.