fbpx

BIG BREAKING; ଘର ପାଖରେ ଖେଳୁଥିବା ବେଳେ ୮ ବର୍ଷର ନାବାଳକକୁ ଝାମ୍ପି ନେଲା ବାଘ

Advertisement

ଓଡିଶା ଭାସ୍କର; ଘର ପାଖରେ ଖେଳୁଥିବା ବେଳେ ୮ ବର୍ଷର ନାବାଳକଙ୍କୁ ଝାମ୍ପି ନେଲା ବାଘ । ନୂଆପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁନାବେଡା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡାରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଏହି ୮ ବର୍ଷର ନାବାଳକକୁ ଏକ କଲରାପତରିଆ ବାଘ ଝାମ୍ପି ନେଇଥିବାର ଦେଖିବାକୁ ମିଳିଥିଲା । ଏହାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା ବନ ବିଭାଗ । ମାତ୍ର ଜଙ୍ଗଲ ଭିତରୁ ନାବାଳକର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ । ସେପଟେ ଏହି ଘଟଣାକୁ ନେଇ ଗାଁ’ରେ ଚାପା ଉତ୍ତେଜନା ଦେଖାଦେଇଛି ।

Get real time updates directly on you device, subscribe now.