fbpx

ଜର୍ମାନ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଇସ୍ରାଏଲରୁ କରିଥଲେ କିଡନାପ, ଗାଜାରେ ମିଳିଲା ଶବ

AAKASH

ନୂଆଦିଲ୍ଲୀ: ଇସ୍ରାଏଲରୁ ଅପହରଣ ହୋଇଥିବା ଜର୍ମାନ ଟାଟୁ କଳାକାର ଶନି ଲାକଙ୍କର ମୃତ୍ୟୁ ଘଟିଛି । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ତାଙ୍କୁ ହାମାସ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ଏହା ପରେ ତାଙ୍କ ପୋଷାକ ଛିନ୍ନଭିନ୍ନ କରି ଏକ ମିନି ଟ୍ରକରେ ବୁଲାଇଥିଲେ। ବର୍ତ୍ତମାନ ଇସ୍ରାଏଲ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଇସ୍ରାଏଲର ଟ୍ରାଇବ ଅଫ୍ ସୁପରନୋଭା କନସର୍ଟରେ ଜର୍ମାନ ଟାଟୁ କଳାକାର ଶନି ଲାକ୍ ଉପସ୍ଥିତ ଥିଲେ। ଏହି ଆକ୍ରମଣରେ ଆତଙ୍କବାଦୀମାନେ ଶନି ଲାକଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ଏକ ଭାଇରାଲ ଭିଡିଓରେ ଗାଜାରେ ସଶସ୍ତ୍ର ଆତଙ୍କବାଦୀଙ୍କ ପରିପୂର୍ଣ୍ଣ ପିକଅପ୍ ପଛରେ ଜଣେ ଯୁବତୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଥିଲେ। ତାଙ୍କ ମା ରିକାର୍ଡା ତାଙ୍କ ଟାଟୁ ଏବଂ ରଙ୍ଗ ହୋଇଥିବା କେଶକୁ ଆଧାର କରି ତାଙ୍କୁ ଚିହ୍ନଟ କରିଥିଲେ।

ଶନି ଲାକଙ୍କ ମା ରିକର୍ଡା ଏକ ଜର୍ମାନ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଆମେ ଗତକାଲି ଖବର ପାଇଥିଲୁ ଯେ ମୋ ଝିଅ ଆଉ ଜୀବିତ ନାହିଁ। ବର୍ତ୍ତମାନ ଲାକଙ୍କୁ ମୃତ ଘୋଷଣା କରାଯାଇଛି, ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ଜର୍ମାନ ଝିଅର ମୃତଦେହ ଏପର୍ଯ୍ୟନ୍ତ ଗାଜାକୁ ଫେରାଇ ଦିଆଯାଇ ନାହିଁ। ଏହାପୂର୍ବରୁ ଜର୍ମାନ ଝିଅର ସମ୍ପର୍କୀୟ ଭାଇ ଟୋମାସିନା ବେଣ୍ଟ୍ରାବ ଲାକ ଶନି ଲାକଙ୍କ ଜୀବନ୍ତ ଫେରିବା ପାଇଁ ଆଶା ପ୍ରକଟ କରିଥିଲେ।

ଜର୍ମାନ ଟାଟୁ କଳାକାରଙ୍କ ମୃତ୍ୟୁ ଉପରେ ଇସ୍ରାଏଲ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି ଏହା ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ଏବଂ ଗାଜା ଚାରିପାଖରେ ବୁଲାଯାଇଥିଲା। ଏହା ବହୁତ ଭୟାନକ ଅଟେ। ଆମର ହୃଦୟ ଭାଙ୍ଗି ଯାଇଛି, ଏହା ଭୟଙ୍କର ଅଟେ।

Get real time updates directly on you device, subscribe now.