fbpx
BSKY
BJD SHG SKY
BJD YOUTH SKY

(Video) ପୁଣି ଚର୍ଚ୍ଚାରେ ଯାତ୍ରାକଳାକାର ପୀୟୁଷ ତ୍ରିପାଠୀ; ଅଭିନୟକୁ ବାସ୍ତବ ଭାବି ଯାତ୍ରା ମଝିରେ ବୋତଲ ମାଡ଼ କଲେ ଦର୍ଶକ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବାଲିଆପାଳ ରାବଣ ପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ । ଯାତ୍ରା ମଂଚରେ ମଂଚସ୍ଥ ହେଲା ନାଟକ ଅଧା ରାତିର ସାଥି । ରାତି ଯେତେ ବଢୁଥାଏ କଳାକାରମାନଙ୍କର ଅଭିନୟ ସେତେ ଜୀବନ୍ତ ହେଉଥାଏ । କଳାକାରମାନଙ୍କର ଏହି ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଲୋକମାନଙ୍କର ଲାଗିଥିଲା ନାହିଁ ନଥିବା ଭିଡ଼ । ଯାତ୍ରା କଳାକାର ପୀୟୁଷଙ୍କ ଅଭିନୟ ଦେଖି ରାଗିଗଲେ ଦର୍ଶକ । ସତ ଭାବିନେଲେ ଆଖିବୁଜା ବୋତଲ ମାଡ କଲେ । ପୁଣି ଚର୍ଚ୍ଚାରେ ଯାତ୍ରା କଳାକାର ପୀୟୁଷ ତ୍ରିପାଠୀ, ଯାତ୍ରା ମଝିରେ ପୁଣି ବୋତଲ ମାଡ଼ କଲେ ଦର୍ଶକ, ହାତ ଦେଖାଇ ବୋତଲ ନ ଫିଙ୍ଗିବା ପାଇଁ ମନା କଲେ ଶୁଣିନଥିଲେ ଦର୍ଶକ, ବାଲେଶ୍ୱର ବାଲିଆପାଳ ରାବଣ ପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ । ଯାତ୍ରା ମଂଚରେ ମଂଚସ୍ଥ ହେଲା ନାଟକ ଅଧା ରାତିର ସାଥି ।

ରାତି ଯେତେ ବଢୁଥାଏ କଳାକାରମାନଙ୍କର ଅଭିନୟ ସେତେ ଜୀବନ୍ତ ହେଉଥାଏ । କଳାକାରମାନଙ୍କର ଏହି ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଲୋକମାନଙ୍କର ଲାଗିଥିଲା ନାହିଁ ନଥିବା ଭିଡ଼ । ପୁରା ପେଣ୍ଡାଲ ହୋଇଗଲା ହାଉସ ଫୁଲ । ସମସ୍ତେ କଳାକାରମାନଙ୍କର ଅଭିନୟରେ ନିଜକୁ ହଜାଇ ଦେଇଥିଲେ । ନଜର ଥିଲା କେବଳ ଷ୍ଟେଜ ଉପରେ ଆଉ ଠିକ ଏହାରି ଭିତରେ ହଠାତ ଷ୍ଟେଜ୍ ଉପରେ ହେଲା ବୋତଲ ବର୍ଷା । ହୋ ହାଲା କରି ଦର୍ଶକମାନେ ବୋତଲ ମାଡ କଲେ । ଏଭଳି ଦୃଶ୍ୟ ଦେଖି କେହି କିଛି ବୁଝି ପାରି ନଥିଲେ । ପ୍ରକୃତ କଥା ଟି ହେଲା ଅନେକ ଯାତ୍ରାପ୍ରେମୀ ଏହି ଦୃଶ୍ୟକୁ ଦେଖି ଏମିତି ମଜି ଯାଇଥିଲେ ଯେ ପୁଅ ଭୂମିକାରେ ଅଭିନୟ ମା’କୁ ମାଡ ମାରୁଥିବା କଳାକାର ପିୟୁସୁଙ୍କୁ ଗାଳି ଦେବାକୁ ପଛାଇ ନଥିଲେ ଖାଲି ଗାଳି ନୁହେଁ ଚାହୁଁ ଚାୁହୁଁ ଷ୍ଟେଜ ଉପରେ ବୋତଲର ବର୍ଷା କରି ଦେିଥିଲେ ଦର୍ଶକ ।

ଯାହାକି କଳାକାର ପିୟୁଷଙ୍କ ପାଇଁ ଥିଲା ଆଶୀର୍ବାଦ ସଦୃଶ୍ୟ । ତାଙ୍କର ଅଭିନୟ ଏତେ ଜୀବନ୍ତ ଆଉ ଦମଦାର ଥିଲା ଯେ ଏ ଦୃଶ୍ୟକୁ ଲୋକାମନେ ସତ ବୋଲି ଭାବି ନେଇଥିଲେ । ଆଖି ଆଗରେ ମା’ ସହ ଏମିତି ଅନ୍ୟାୟ ହେଉଥିବାର ଦେଖି ନିଜକୁ ସମ୍ଭାଳି ପାରି ନଥିଲେ ଦର୍ଶକ । ସେଥିପାଇଁ ଏଭଳି ଉତ୍ୟକ୍ତ ହୋଇ ବୋତଲ ମାଡ କରିଥିଲେ । କଳାକାରଙ୍କ ଉପରକୁ ଖାଲି ବୋତଲ ଫିଙ୍ଗି ଥିଲେ, କଳାକାର ଦର୍ଶକକୁ ହାତ ଦେଖାଇ ବୋତଲ ଫିଙ୍ଗିବା ପାଇଁ ମନା କରୁ ଥିବାର ଦୃଶ୍ୟ ମୋବାଇଲ କୋଏଦ ହୋଇଛି, ଯାହାର ଭିଡିଓ ମୋବଇଲ ରୁ ମୋବଇଲ ଘୁରି ବୁଲୁଛି ।

Get real time updates directly on you device, subscribe now.