fbpx

ଟୁରିଷ୍ଟ ବସ ଉପରେ ବାଘ ଆକ୍ରମଣ

AAKASH

ନୂଆଦିଲ୍ଲୀ : ନିଜ ଅଞ୍ଚଳରେ ଜୀବମାନେ ବହୁ ସକ୍ରିୟ ହୋଇଥାନ୍ତି । ଭାବନ୍ତୁ ଆପଣ କୌଣସି ସଫାରି ବୁଲିବାକୁ ଯାଇଛନ୍ତି ଏବଂ ସେହି ସମୟରେ ଜଙ୍ଗଲର ପଶୁ ଆସି ଆପଣଙ୍କ ସାମ୍ନାରେ ଠିଆ ହୋଇ ଯିବ ତେବେ କ’ଣ ହେବ । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟୁରିଷ୍ଟ ମାନଙ୍କୁ ନେଇ ଜଙ୍ଗଲରେ ବୁଲୁଥିବା ଏକ ବସ ଉପରେ ବାଘମାନେ ଆକ୍ରମଣ କରିଥିଲେ ।

ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ ଲୋକମାନଙ୍କୁ ଧରି ଯାଉଥିବା ଏହି ବସ ଉପରକୁ କିପରି ବାଘମାନେ ଆକ୍ରମଣ କରୁଛନ୍ତି । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ବସର ସ୍ପିଡ ବହୁତ କମ ଅଛି । ସେତେବେଳେ ବାଘମାନଙ୍କ ଏକ ଦଳ ବସ ଚାରିପଟେ ଘେରି ଯାଉଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ବସ ଉପରେ ଚଢିଯାଉଛି । ଏହାକୁ ଦେଖି ବସ ଭିତରେ ଥିବା ଟୁରିଷ୍ଟ ମାନେ ଡରି ଯାଇଛନ୍ତି । ଏହାପରେ ଅନ୍ୟ ଏକ ବାଘ ବସର ପଛରେ ବହୁ ସମୟ ଧରି ଗୋଡାଉଛି । ଏହା ପରେ ବସ ସେହିସ୍ଥାନରୁ ପଳାଉଛି ଯାହା ଫଳରେ ବାଘମାନେ ବୁଝିଯାଉଛନ୍ତି ଏଠାରେ ସେମାନଙ୍କୁ କିଛି ମିଳିବାର ନାହିଁ ।

ଏହି ଭୟଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ @benerankucing  ପେଜରେ ସେୟାର କରାଯାଇଛି । ତେବେ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୪୦ ଲକ୍ଷ ଲୋକ ଦେଖିସାରିଛନ୍ତି । ୪ ଲକ୍ଷ ଲୋକ ଏହାକୁ ଲାଇକ କରିସାରିଛନ୍ତି । ଅନେକ ସୋସିଆଲମିଡିଆ ବ୍ୟବହାରକାରୀ ଏଥିରେ କମେଣ୍ଟ ମଧ୍ୟ କରଇଛନ୍ତି ।

Get real time updates directly on you device, subscribe now.