fbpx
BSKY
BJD YOUTH SKY
BJD MS SKY

ବାସ୍ତୁ ଶାସ୍ତ୍ର : ଅସନ୍ତୁ ଜାଣିବା ଗଛ କାଟିବାର ସଠିକ ନିୟମ

ବାସ୍ତୁ ନିୟମରେ ଆଜି ଆମେ ଜାଣିବା ବୃକ୍ଷ କାଟିବାର ସଠିକ ନିୟମ ଏବଂ ସମୟ ବିଷୟରେ । ଯେଉଁ ବୃକ୍ଷ ଗୁଡିକ ଶୁଖି ଯାଇଛି ବା ତାହାର ପତ୍ର ଝଡିଯାଇଛି, ଯେଉଁ ଗଛରେ ଫଳ ଫୁଲ ହେଉନାହିଁ, ବା ସେହି ଗଛ କୌଣସି କାମରେ ଲାଗୁ ନାହିଁ, ସେହିପରି ବୃକ୍ଷକୁ ଲୋକମାନେ କାଟି ଦିଅନ୍ତି । ତେବେ ଏହାକୁ ଲୋକମାନେ ନିଜ ସୁବିଧା ଅନୁସାରେ କେତେବେଳେ ମଧ୍ୟ କାଟି ଦିଅନ୍ତି । କିନ୍ତୁ ଏପରି କରିବା ଠିକ ନୁହେଁ । କୌଣସି ବୃକ୍ଷକୁ କାଟିବାର ଏକ ସଠିକ ସମୟ ଏବଂ ଉପଯୁକ୍ତ ବିଧି ଥାଏ । ଯାହାକୁ ପାଳନ କରିବା ନିହାତି ଜରୁରୀ ।

ବାସ୍ତୁଶାସ୍ତ୍ର ଅନୁସାରେ , ନକ୍ଷତ୍ର ହିସାବରେ ମୃଗସିରା, ପୂନର୍ବସୁ, ଅନୁରାଧା, ହସ୍ଥ, ମୂଲ, ଉତ୍ତରାଫାଲଗୁନି, ଉତ୍ତରାଆଷାଢା, ଉତ୍ତରଭାଦ୍ରପଦ, ଖାତି ଏବଂ ଶ୍ରାବଣ ନକ୍ଷତ୍ରରେ ବୃକ୍ଷକୁ କାଟିବା ଭଲ ହୋଇଥାଏ । ଏହା ଛଡା କୌଣସି ବୃକ୍ଷକୁ କାଟିବା ପୂର୍ବରୁ ତାହାର ପୂଜା କରିବା ମଧ୍ୟ ଆବଶ୍ୟକ ।

ପ୍ରଥମେ ସୁଗନ୍ଧ ଫୁଲ ନୈବେଦ୍ୟ ଦ୍ୱାରା ବୃକ୍ଷକୁ ପୂଜା କରାଯାଇଥାଏ । ଏହା ପରେ ବୃକ୍ଷକୁ ଭଲ ଏବଂ ସଫା କପଡାରେ ଢାଙ୍କି ତାହା ପରେ ସୁତା ଗୁଡା ଯାଇଥାଏ । ଏହା ପରେ ପ୍ରାଥନା କରାଯାଏ ଏହି ବୃକ୍ଷରେ ଯେଉଁ ପ୍ରାଣୀ ମାନେ ବସ ବାସ କରୁଛନ୍ତି ସେମାନଙ୍କ ମଙ୍ଗଳ ହେଉ । ସେମାନଙ୍କୁ ମୋର ନମସ୍କାର । ଆପଣ ମୁଁ ଦେଇଥିବା ଉପହାରକୁ ଗ୍ରହଣ କରନ୍ତୁ ଏବଂ ନିଜର ବାସ ସ୍ଥାନ ବରିବର୍ତ୍ତନ କରନ୍ତୁ ।

ଏହା ସହିତ କହିବେ ହେ ବୃକ୍ଷ ମୁଁ ଶ୍ରେଷ୍ଠ । ଆପଣଙ୍କର କଲ୍ୟାଣ ହେଉ । ମୋର ଏହି ପୂଜାକୁ ଶ୍ୱିକାର କରନ୍ତୁ । ଏହିପରି ପୂଜା କରିବା ପରେ ଜଳ ଛିଞ୍ଚି ଏହା ପରେ କୁରାଢିରେ ଘିଅ ମହୁ ଅଗରୁ ଲଗାଇ ରଖିଥିବେ ଏହା ପରେ ପୂର୍ବ ଏବଂ ଉତ୍ତର ଦିଗ ଯେଉଁଠାରେ ବୃକ୍ଷକୁ ସେଠାରେ ପ୍ରଥମ ଚେଟ ଦେବେ କୁରାଢିରେ । ଏହା ପରେ ଗଛ ଚାରି ପଟେ ବୁଲି ବୁଷି କାଟିବେ । ଏହା ପରେ ଅପେକ୍ଷା କରିବେ ବୃକ୍ଷ କେଉଁ ଦିଗକୁ ପଢୁଛି ।

Get real time updates directly on you device, subscribe now.