fbpx

CBSEର ନିର୍ଦ୍ଦେଶନାମା: ପରୀକ୍ଷା ଫର୍ମରେ ତ୍ରୁଟି ଥିଲେ ଛାତ୍ରଛାତ୍ରୀ ଦେଇ ପାରିବେନି ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ ମ ଏବଂ ୧୨ମ ଶ୍ରେଣୀ ପାଇଁ ଲିଷ୍ଟ ଅଫ କ୍ୟାଣ୍ଡିଡେଟ (ଏଲଓସି) ଫର୍ମ ପୂରଣ ପାଇଁ ଘୋଷଣା କରାଯାଇଛି । ବୋର୍ଡ ଅନୁସାରେ , ବିଗତ ବର୍ଷରେ ଛାତ୍ରଛାତ୍ରୀ ମାନେ ଯେଉଁ ଫର୍ମ ପୂରଣ କରିଥିଲେ ସେମାନେ ସେଥିରେ ଅନେକ ତ୍ରୃଟିଥିଲା । ଛାତ୍ରଛାତ୍ରୀ ମାନେ ସତର୍କ ହୋଇ ଏହି ଫର୍ମ ପୂରଣ କରୁ ନାହାନ୍ତି । ତେଣୁ ଚଳିତ ବର୍ଷ ଠିକ ଏବଂ ନିଭୂଲ ଭାବରେ ଫର୍ମ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୋର୍ଡ ୧୮ ଅଗଷ୍ଟରୁ ଫର୍ମ ପୁରଣ କରି ଦାଖଲ କରିବା ପକ୍ରିୟା ଆରମ୍ଭ କରିସାରିଛି । ଛାତ୍ରଛାତ୍ରୀ ମାନଙ୍କ ଠିକ ଏବଂ ସଠିକ ଫର୍ମ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନହେଲେ ସେମାନଙ୍କ ଭବିଷ୍ୟ ଉପରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଇଛି ।

ଅଧିକାରୀ ନୋଟିସରେ ଲେଖିଛନ୍ତି , ଏଲଓସି ଜମା କରିବା ଆରମ୍ଭ ହୋଇସାରିଛି । ତେଣୁ ସମସ୍ତ ସ୍କୁଲକୁ ଏହି ସୂଚନା ଦିଆଯାଇଛି ଯାହା ଫଳରେ ଛାତ୍ରଛାତ୍ରୀମାନେ ଠିକ ଭାବରେ ଫର୍ମ ପୂରଣ କରି ନିର୍ଦ୍ଦାରିତ ସମୟ ପୂର୍ବରୁ ଏହାକୁ ଦାଖଲ କରିବେ । ଏଥିପାଇଁ ସେମାନେ ଫର୍ମରେ ଲେଖା ହୋଇଥିବା ସମସ୍ତ ବିବରଣୀକୁ ଠିକରେ ପଢିବା ଆବଶ୍ୟକ ଏବଂ ଏହାକୁ ନିଭୁଲ ଭାବରେ ପୂରଣ କରିବା ମଧ୍ୟ ଆବଶ୍ୟକ । ମାତା ପିତାଙ୍କର ମଧ୍ୟ ସଠିକ ବିବରଣୀ ଦେବାକୁ କୁହାଯାଇଛି କାରଣ ଏହାକୁ ଭବିଷତରେ ପୁଣି ଥରେ ଠିକ କରାଯାଇ ପାରିବ ନାହିଁ ।

ଏଲଓସି ଜମା କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର କରାଯାଇଛି । ଯଦି ନିର୍ଦ୍ଦାରିତ ସମୟ ପୂର୍ବରୁ ଫର୍ମ ଦାଖଲ କରା ନଯାଏ ତେବେ ୨ ହଜାରଟଙ୍କା ଫାଇନ ସ୍ୱରୂପ ଏହାକୁ ଦାଖଲ କରାଯିବ ।
ଏହା ସହିତ ବୋର୍ଡ ତରଫରୁ ମଧ୍ୟ କୁହାଯାଇଛି ଯଦି ଭୁଲ ତଥ୍ୟ ଦିଆଯାଇଥାଏ ଫର୍ମରେ ତେବେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ଦିଆଯିବ ନାହିଁ । ଯଦି ଜନସଂଖ୍ୟା ଭୁଲ ଥାଏ ଫର୍ମରେ ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାହାକୁ ଠିକ କରିବାକୁ ପଡିବ ।

Get real time updates directly on you device, subscribe now.