fbpx
BSKY SKY
BSKY SKY

ସୋସିଆଲ ମିଡିଆ ୟୁଜର୍ସ ଏହାର ପ୍ରଭାବ ଏବଂ ପହଞ୍ଚ ସମ୍ପର୍କରେ ସତର୍କ ରହିବା ଜରୁରୀ: ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୟୁଜର୍ସମାନେ କୌଣସି ପୋଷ୍ଟ କରିବା ପୁର୍ବରୁ ଏହାର ପ୍ରଭାବ ଏବଂ ପହଞ୍ଚ ସମ୍ପର୍କରେ ସତର୍କ ରହିବା ଉଚିତ୍ । ଅଭିନେତା ଏବଂ ତାମିଲନାଡୁର ପୂର୍ବତନ ବିଧାୟକ ଏସ୍‌.ଭି. ଶେଖର ଦାଖଲ କରିଥିବା ଏକ ପିଟିସନ୍ ଖାରଜ କରି ସୁପ୍ରିମକୋର୍ଟ ଏହି କଥା କହିଛନ୍ତି । ୨୦୧୮ ମସିହାରେ ଏସ୍‌.ଭି. ଶେଖର ଜଣେ ମହିଳା ସାମ୍ବାଦିକଙ୍କ ବିରୋଧରେ ଅସଭ୍ୟ ପୋଷ୍ଟ ସେୟାର କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଜୁଲାଇ ୧୪ ତାରିଖରେ ମାଡ୍ରାସ୍ ହାଇକୋର୍ଟ ଖାରଜ କରି ଦେଇଥିବା ଏହି ମାମଲା ବିରୋଧରେ ଦାଖଲ ହୋଇଥିବା ପିଟିସନ ଉପରେ ବିଆର୍‌. ଗଭାଇ ଏବଂ ପି.କେ. ମିଶ୍ରାଙ୍କ ଖଣ୍ଡପୀଠ କହିଥିଲେ ସୋସିଆଲ ମିଡିଆରେ ଆପତ୍ତି ଜନକ ବା ଅଭଦ୍ର ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ।

ଏସ୍‌.ଭି. ଶେଖର ପିଟିସନ ରୁଜୁ କରି ତାଙ୍କ ବିରୋଧରେ ହେବାକୁ ଥିବା ଅପରାଧିକ କାର୍ଯୟାନୁଷ୍ଟାନକୁ ରୋକିବାକୁ ଅପିଲ କରିଥିଲେ, ଯାହାକୁ ଖାରଜ କରି ଦିଆଯାଇଛି। ଏହା ସହିତ ଖଣ୍ଡପୀଠ ଶେଖରଙ୍କ ଓକିଲଙ୍କୁ କହିଥିଲେ କି ‘ଯଦି କେହି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ଏହାର ପ୍ରଭାବ ଏବଂ ପହଁଞ୍ଚ ସମ୍ପର୍କରେ ଅଧିକ ସତର୍କ ରହିବା ଜରୁରୀ’ ।

ଏହାର ଜବାବରେ ଶେଖରଙ୍କ ଓକିଲ ଯୁକ୍ତି ବାଢିଥିଲେ କି, ଘଟଣା ଦିନ ଶେଖରଙ୍କ ଆଖିରେ କିଛି ଔଷଧ ପକାଇଥିଲେ, ଏବଂ ଯେଉଁ କାରଣରୁ ସେୟାର କରିଥିବା ପୋଷ୍ଟକୁ ସେ ସମ୍ପୁର୍ଣ୍ଣ ଭାବେ ପଢି ନଥିଲେ । ଏହାପରେ ବିଚାରପତି କହିଥିଲେ କି ‘ଯଦି କେହି ସୋସିଆଲ ମିଡିଆ ବ୍ୟବହାର କରୁଛି, ତେବେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପ୍ରସ୍ତୁତ ରହିବା ଦରକାର’ ।

Get real time updates directly on you device, subscribe now.