fbpx

ଟିକ୍ ଟକ୍ ପାଇଁ ଗଲା ଜୀବନ: ଭିଡିଓ କଲାବେଳେ ନିଜ ଉପରକୁ ଗୁଳି ମାରିଲେ ଯୁବକ

AAKASH

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବାକୁ ନେଇ ଏକ କ୍ରେଜ ଦେଖିବାକୁ ମିଳେ । କେବଳ ଯୁବପିଢ଼ି ନୁହେଁ ସାମଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଭିଡିଓ ବନାଇବାର ଉତ୍ସାହ ରହିଛି  । ଅନେକ ଲୋକ ବିଭିନ୍ନ ସମୟରେ ଫେକ ଭିଡିଓ ମଧ୍ୟ ତିଆରି କରିଥାନ୍ତି ଯାହା ସତ ଭିଡିଓ ପରି ମନେ ହୋଇଥାଏ । ତେବେ ବେଳେବେଳେ ଏହି ନକଲି ଭିଡିଓ ତିଆରି କରିବା ସମୟରେ ବାସ୍ତବରେ ସେମାନଙ୍କ ସହ କିଛି ଏଭଳି ଘଟିଥାଏ ଯାହା ସେମାନେ କେବେବି ବିଶ୍ୱାସ କରିନଥାନ୍ତି । ହଁ ପାକିସ୍ତାନର ଘଟିଛି ଏଭଳି ଏକ ଘଟଣା  । ଯେଉଁଠାରେ ଜଣେ ୧୯ ବର୍ଷୀୟ ଟିକ୍ ଟକ୍ ଷ୍ଟାର ଏହିଭଳି ଏକ ଫେକ ଭିଡିଓ ବନାଇବା ସମୟରେ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି  । ସୂଚନା ଅନୁଯାୟୀ ଯୁବକ ଜଣକ ସୁଇସାଇଡର ଏକ ଭିଡିଓ ସୁଟିଂ କରୁଥିଲେ । ଏହି ଘଟଣା ପାକିସ୍ତାନ ସ୍ୱାଟର କବାଲ ତହସିଲ ଅଞ୍ଚଳର ।

ପୋଲିସର କହିବା ଅନୁସାରେ, “ପ୍ରାଥମିକ ତଦନ୍ତରୁ ଟିକ୍ ଟକ୍ ଷ୍ଟାର ହମ୍ମିଦୁଲ୍ଲା ଏକ ସୁଉସାଇଡ ଦୃଶ୍ୟର ସୁଟିଂ କରୁଥିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଥିଲା ।” ତେବେ ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ୱିଟାଲକୁ ପଠାଇଥିଲା । ତେବେ ଏହି ଘଟଣାକୁ ନେଇ ମୃତକଙ୍କ ବନ୍ଧୁ ତଥା ପ୍ରତ୍ୟକ୍ଷଦର୍ଶୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ, “ସେ ସୁଇସାଇଡର ଦୃଶ୍ୟ ସୁଟିଂ କରିବା ପାଇଁ ଯୋଜନା କରିଥିଲେ ଏବଂ ସେ ଏଥିପାଇଁ ଏକ ବନ୍ଧୁକ ମଧ୍ୟ ଆଣିଥିଲେ । ତେବେ ସେ ବନ୍ଧୁକରେ ଗୁଳି ଥିବା ବିଷୟରେ ଜାଣି ନଥିଲେ । ଏହାପରେ ସେ ସେମାନଙ୍କ ସାଙ୍ଗମାନଙ୍କ ସହିତ ନିକଟସ୍ଥ ପାହାଡ ପାଖକୁ ଯାଇଥିଲେ ଯେଉଁଠାରେ ସେ ତାଙ୍କର ଭିଡିଓ ସୁଟିଂ କରିବା ଆରମ୍ଭ କରିଥିଲେ ।” ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, “ସେ ବନ୍ଧୁକ ନିଜର ମୁଣ୍ଡରେ ଲଗାଇଥିଲେ ଏବଂ ଭୁଲ ବଶତଃ ଗୁଳି ଚଳାଇଥିଲେ ।”

ତେବେ ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.