fbpx
BSKY
BJD YOUTH SKY
BJD MS SKY

୧୯ ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ ଏହି ମଶହୁର ଷ୍ଟାର୍

ନୂଆଦିଲ୍ଲୀ : ପପ୍ ସେନ୍ସେସନ୍ ଲେଡି ଗାଗାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜ ଗାୟିକୀରେ ସମସ୍ତଙ୍କ ମନ କିଣିଥିବା ଏହି ଷ୍ଟାର୍ ଫ୍ୟାନ୍ସ ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତସ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେ ନିଜ ଜୀବନର ସବୁୁଠାରୁ କଡା ସତର ଖୁଲାସା କରିଛନ୍ତି । ଏକ ଶୋ’ରେ ସାକ୍ଷାତକାର ସମୟରେ ସେ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ୧୯ ବର୍ଷ ବୟସରେ ତାଙ୍କ ସହ ଯୌନ ଶୋଷଣ ହୋଇଥିଲା । ଜଣେ ମ୍ୟୁଜିକ୍ ପ୍ରଡ୍ୟୁସର୍ ତାଙ୍କର ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ସେ ଏହାପରେ ଗର୍ଭବତୀ ମଧ୍ୟ ହୋଇଥିଲେ ବୋଲି କହିଛନ୍ତି ।

ଲେଡି ଗାଗା କହିଛନ୍ତି, ୧୯ ବର୍ଷ ବୟସର ହୋଇଥିବା ବେଳେ ଜଣେ ମ୍ୟୁଜିକ୍ ପ୍ରଡ୍ୟୁସର୍ ତାଙ୍କ ଡ୍ରେସ୍ ଖୋଲିବାକୁ କହିଥିଲେ । କିନ୍ତୁ ସେ ତାଙ୍କୁ ମନା କରି ସେଠାରୁ ଚାଲିଯାଇଥିଲେ । ହେଲେ ପରେ ଉକ୍ତ ମ୍ୟୁଜିକ୍ ପ୍ରଡ୍ୟୁସର୍ ତାଙ୍କୁ ଧମକ ଦେବା ସହିତ ତାଙ୍କ ସବୁତକ ମ୍ୟୁଜିକ୍ ବର୍ବାଦ୍ କରିଦେବେ ବୋଲି କହିଥିଲେ । ଏହାପରେ ତାଙ୍କୁ ସେ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମର ବର୍ଷେ ପରେ ତାଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହା ଫଳରେ ସେ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ । ପ୍ରଥମେ ତାଙ୍କୁ ଶରୀରରେ ଖୁବ୍ କଷ୍ଟ ହେଉଥିଲା । ପରେ ତାଙ୍କ ଶରୀରରେ ଯନ୍ତ୍ରଣା ବଢ଼ିଚାଲିଥିଲା । ଆଉ ତାଙ୍କୁ ପରେ ଜଣାପଡିଥିଲା ଯେ, ତାଙ୍କ ସହ ହୋଇଥିବା ଦୁଷ୍କର୍ମ ବେଳେ ଯେଉଁ ଯନ୍ତ୍ରଣା ହୋଇଥିଲା ଏହା ହେଉଛି ସେହି ଯନ୍ତ୍ରଣା ।

ଉକ୍ତ ମ୍ୟୁଜିକ୍ ପ୍ରଡ୍ୟୁସର୍ ତାଙ୍କୁ ଦୁଷ୍କର୍ମ ପରେ ତାଙ୍କ ଘରର ଗୋଟିଏ କୋଣରେ ଫୋପାଡି ଦେଇଥିଲେ । ତାଙ୍କର ବାନ୍ତି ମଧ୍ୟ ହେଉଥିଲା । ଆଉ ଅନେକ ଦିନ ପର୍ଯ୍ୟନ୍ତ ସେ ଘରୁ ବାହାରିଲେ ନାହିଁ ।

ଲେଡି ଗାଗା କହିଛନ୍ତି ଯେ, ସେହି ଲୋକର ମୁହଁ ଆଉଥରେ ଦେଖିବାକୁ ଚାହେଁନି । ଆଉ ଦୁଷ୍କର୍ମ ପରେ ସେ ଆଉ ପୂର୍ବ ଭଳି ଆକ୍ଟିଭ୍ ରହିପାରିଲେ ନାହିଁ । ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ।

Get real time updates directly on you device, subscribe now.