fbpx
BSKY
BJD YOUTH SKY
BJD MS SKY

ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର, ଆଜିଠାରୁ ୨୩ ମେ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଜରୁରୀ ସେବା

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏନେଇ ଟ୍ୱିଟ କରି ଗ୍ରାହକଙ୍କୁ ଆଲର୍ଟ କରିଛି  ବ୍ୟାଙ୍କ ଏବଂ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାମକୁ ଶେଷ କରିବାକୁ ଅନୁରୋଧ କରିଛି । ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ଜାରି କରି କହିଛି ଯେ ବ୍ୟାଙ୍କର କିଛି ଜରୁରୀ ସେବା ମେ ୨୧, ୨୨ ଏବଂ ମେ ୨୩ରେ ବନ୍ଦ ରହିବ ।

ବ୍ୟାଙ୍କର କହିବା ଅନୁଯାୟୀ ଗ୍ରାହକଙ୍କୁ ବିନା କୌଣସି ବାଧାରେ ନିରବଚ୍ଛିନ ସେବା ଉପଲବ୍ଧ କରାଇବା ସେବାରେ ଉନ୍ନତି ଆଣିବା ପାଇଁ ଏପରି କରାଯାଉଛି । ବ୍ୟାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଏକ ଟ୍ୱିଟ କରି ଗ୍ରାହକଙ୍କୁ ସୂଚନା ଦେଇଛି । ବ୍ୟାଙ୍କ କହିଛି ମେ ୨୧ ୧୦:୪୫ ଠାରୁ ୨୨ ମେ ରାତି ୧: ୧୫ ପର୍ଯ୍ୟନ୍ତ ଏବଂ ୨୩ ମେ ୨୦୨୧ର ରାତି ୨:୪୦ ଠାରୁ ସକାଳ ୬:୧୦ ପର୍ଯ୍ୟନ୍ତ ବ୍ୟାଙ୍କ ଏହାର ବିଭିନ୍ନ ସେବା ଗୁଡିକାର ମେଣ୍ଟେନାନ୍ସ କାର୍ଯ୍ୟ କରିବ ।  ଏହି ସମୟରେ ଗ୍ରାହକ INB/YONO/ YONO LITE/UPI ସେବାଗୁଡିକର ବ୍ୟବହାର କରିପାରିବେ ନାହିଁ ।

ଏସବିଆଇ ଦ୍ୱାରା ଦିଆଯାଇଥିବା  ସୂଚନା ଅନୁଯାୟୀ, ବ୍ୟାଙ୍କ ଏହାର UPI ପ୍ଲାଟଫର୍ମକୁ ନବୀକରଣ କରିବ ଯାହାଦ୍ୱାରା ଗ୍ରାହକଙ୍କୁ UPI ସେବାକୁ ଆହୁରି ଭଲଭାବରେ ବ୍ୟବହାର କରିବାରେ ସହାୟକ ହେବ । ତେବେ ଉକ୍ତ ସମୟରେ ଗ୍ରାହକ UPI ସେବାର ବ୍ୟବହାର କରିପାରିବେ ନାହିଁ ।

ସେପଟେ ଏସବିଆଇ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ KYC ଅପଡେଟ କରିବାର ଅବଧିକୁ ୩୧ ମେ ପର୍ଯ୍ୟନ୍ତ ବଢାଇଛି । ବ୍ୟାଙ୍କ କହିଛି ଗ୍ରାହକଙ୍କୁ KYC ଅପଡେଟ କରିବା ପାଇଁ ବ୍ୟାଙ୍କ ଆସିବା ଦରକାର ନାହିଁ , କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ସ୍ତରରେ ଲକଡାଉନ ଜାରି ହୋଇଛି । ଏଭଳି ସ୍ଥିତିରେ ଗ୍ରାହକ ଡାକ କିମ୍ବା ଇ-ମେଲ  ମାଧ୍ୟମରେ KYC ଡକ୍ୟୁମେଣ୍ଟ ଜମା କରିପାରିବେ ।

Get real time updates directly on you device, subscribe now.