fbpx

ନନ୍ଦିଗ୍ରାମରେ ପରାଜୟ ପରେ ମମତାଙ୍କ ଟାର୍ଗେଟ୍ ରେ ଭବାନୀପୁର!

ବରିଷ୍ଠ ଟିଏମସି ନେତା ତଥା ଏମଏଲଏ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

କୋଲକାତା: ପୁଣିଥରେ କୋଲକାତା ରାଜନୀତିକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଜୋର୍ ଧରିଛି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଟିଏମସି ବହୁ ଜନମତରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ନିଜ ପତିଆରା ଦେଖାଇ ଦଳୀୟ ଆସନ ସଂଖ୍ୟା ବୃଦ୍ଧି କରିବାରେ ସକ୍ଷମ ହୋଇଛି । ଫଳରେ ବିରୋଧୀ ଦଳ ଭୂମିକାରେ ରହିପାରିଛି ବିଜେପି । ତେବେ ସଦ୍ୟସମାପ୍ତ ନିର୍ବାଚନରେ ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଠାରୁ ପରାଜୟବରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଯଦିଓ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରିଛନ୍ତି କିନ୍ତୁ ନିଜେ ନିର୍ବାଚନ ମୈଦାନରେ ବିଜୟ ପାଇବାର ଖୁସିରୁ ବଞ୍ôଚତ ରହିଛନ୍ତି । ଏଭଳି ସ୍ଥିତିରେ ମମତାଙ୍କ ପାଇଁ ପୁଣି ଆସିଛି ଭାଗ୍ୟ ପରୀକ୍ଷା କରିବାର ବେଳ । ବରିଷ୍ଠ ଟିଏମସି ନେତା ତଥା ଭବାନୀପୁର ଆସନରୁ ବିଜୟୀ ହୋଇଥିବା ଶୋଭନ ଦେବ ଚଟ୍ଟୋପାଧ୍ୟାୟ ଆଜି ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଆସିବା ପରେ ଉକ୍ତ ଆସନରୁ ଉପ-ନିର୍ବାଚନରେ ମମତା ଲଢ଼େଇ କରିବେ ବୋଲି କୁହାଯାଉଛି।

ତେବେ କେବେ ହେବ ଉପନିର୍ବାଚନ ଆଉ ମମତାଙ୍କ ବିରୋଧରେ ସେଠାରୁ କିଏ ହେବେ ବିଜେପି ପ୍ରାର୍ଥୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । କିନ୍ତୁ ମମତାଙ୍କ ଭାଗ୍ୟ ପୁଣି ପରୀକ୍ଷା ହେବ ବୋଲି ରାଜନୀତି ମହଲରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୧  ଉପ-ନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁରରୁ ଜିତିଥିଲେ। ସେହିପରି ୨୦୧୬ରେ ମଧ ସେ ଭବାନୀପୁର ନିର୍ବାଚନମଣ୍ଡଳୀ ଦଖଲ କରିଥିଲେ । ସେହିଭଳି ଶୁକ୍ରବାର ଏହି ଆସନ ଖାଲି କରିଛନ୍ତି ଶୋଭନ ଦେବ । ସେ କହିଛନ୍ତି ଯେ ମୁଁ ଭବାନୀପୁର ଆସନର ବିଧାୟକ ପଦରୁ ଆଜି ଇସ୍ତଫା ଦେବି। ଏହା ମୋର ଏବଂ ଦଳର ନିଷ୍ପତ୍ତି।

ବିଧାନସଭା ନିର୍ବାଚନରେ ଭବାନୀପୁରରୁ ଶୋଭନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରାନିଲ ଘୋଷଙ୍କୁ ପ୍ରାୟ ୨୮ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହାସହ ମମତା ବାନାର୍ଜୀଙ୍କ ନୂତନ କ୍ୟାବିନେଟରେ ଯୋଗଦେବା ପାଇଁ ସେ ୪୩ ମନ୍ତ୍ରୀଙ୍କ ମଧ୍ୟରେ ଥିଲେ।

ଅନ୍ୟପକ୍ଷରେ ନନ୍ଦିଗ୍ରାମରୁ ପରାଜିତ ମମତାଙ୍କୁ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ପୁନଃ ନିର୍ବାଚିତ ହେବା ଆବଶ୍ୟକ ରହିଛି। ସେହିପରି ଇସ୍ତଫା ଦେବାପରେ ଶୋଭନ ଖାରଦା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମାନ କରାଯାଉଛି । ସେଠାରେ ଦଳର ନେତା କାଜଲ ସିହ୍ନାଙ୍କ ମୃତ୍ୟୁ ପରେ ବାଇପୋଲ ହେବା ଆବଶ୍ୟକ ରହିଛି ।

Get real time updates directly on you device, subscribe now.