fbpx

ରାଜ୍ୟରେ ବଦଳିଗଲା ମଦ ଦୋକାନ ଖୋଲିବା ଟାଇମ୍, ଜାଣନ୍ତୁ କେତେଟାରୁ ଓପନ୍?

ଭୁବନେଶ୍ୱର,୭ ।୯(ଓଡିଶା ଭାସ୍କର): ରାଜ୍ୟରେ ମଦ ଦୋକାନ ଖୋଲିବାର ସମୟରେ ପରିବର୍ତ୍ତନ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସମସ୍ତ ମଦ ଦୋକାନ ଓ କାଉଣ୍ଟରରେ ଏଣିକି ଦିନ ସାଢେ ୧୦ରୁ ଖୋଲିବ ମଦ ଦୋକାନ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଦିନ ୧୦ଟା ୩୦ରୁ ରାତି ୧୦.୩୦ ପର୍ଯ୍ୟନ୍ତ ରାଜ୍ୟରେ ମଦ ଦୋକାନ ଖୋଲା ରହିବ । ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି । ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲା ରହୁଥିଲା । ଜୁଲାଇ ୧ ତାରିଖରୁ ସରକାର ଅନଲାଇନ୍ ଓ ଅଫଲାଇନ ମଦ ପାଇଁ ସରକାର ଅନୁମତି ଦେଇଥିଲେ । ଲକଡାଉନ କାରଣରୁ ମାର୍ଚ୍ଚ ୨୨ରୁ ମଦ ଦୋକାନକୁ ବନ୍ଦ ରଖାଯାଇଥିଲା ।

Get real time updates directly on you device, subscribe now.