fbpx

ଆଜିଠାରୁ ଏହି ୬ଟି ଦିଗ ପ୍ରତି ସାବଧାନ ! ନହେଲେ ଖୁବଶୀଘ୍ର ହୋଇଯିବେ ଚନ୍ଦା

ମହିଳା ହୁଅନ୍ତୁ ବା ପୁରୁଷ, ଆଜିକାଲିର ପରିବେଶରେ ସମସ୍ତଙ୍କର କେଶ ଝଢିବା ସମସ୍ୟା ଲାଗି ରହୁଛି । ପ୍ରଥମେ ପ୍ରଥମେ ଏହି ସମସ୍ୟା ଲୋକମାନଙ୍କୁ ସାଧାରଣ ଲାଗେ, କିନ୍ତୁ ପରେ ଏହି ସମସ୍ୟା ଆପଣଙ୍କୁ ଚନ୍ଦା କରିପାରେ । କମ୍ ବୟସରଙ୍କ ବି ଆପଣ ଚନ୍ଦା ହୋଇପାରନ୍ତି । ଏହା ଏକ ସାମାଜିକ ସମସ୍ୟା ହୋଇଥିବା ବେଳେ ଏହାକୁ ନେଇ କେତେକ ସିନେମା ମଧ୍ୟ ପ୍ରସ୍ତୁତ ହେବାକୁ ଯାଉଛି । ସିନେମା ‘ବାଳା’ ଓ ‘ଉଜଡା ଚମନ’ ରେ କମ୍ ବୟସରଙ୍କ ଯୁବକଙ୍କ ବାଳ ଝଡୁଥିବା ସମସ୍ୟା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଦ୍ୱାରା ଆପଣଙ୍କ କେଶ ଅଧିକ ଝଡିଥାଏ…

୧.ପ୍ରତିଦିନ ସାମ୍ପୁ କରିବା
କେତେକ ଲୋକେ କେଶକୁ ଫ୍ରେଶ୍ ରଖିବା ପାଇଁ ପ୍ରତିଦିନ ସାମ୍ପୁ କରିଥାନ୍ତି । କିନ୍ତୁ ପ୍ରତିଦିନ ସାମ୍ପୁ କରିବାର ଆପଣଙ୍କ ଅଭ୍ୟାସ କେଶକୁ ନଷ୍ଟ କରିପାରେ । ତେଣୁ ସପ୍ତାହକୁ ଥରେ କି ଦୁଇ ଥର କେଶ ଧୋଇବା ଦରକାର ।

୨.କେଶରେ କେମିକାଲ ଲଗାଇବା
କେତେକ ଲୋକେ କେଶକୁ ଷ୍ଟାଇଲରେ ରଖିବା ପାଇଁ ବହୁ କେମିକାଲ ଲଗାଉଛନ୍ତି । କିନ୍ତୁ ବ୍ଲିଚ୍, ଡାଇର ବ୍ୟବହାର ଦ୍ୱାରା କେଶ ଧିରେ ଧିରେ ଦୁର୍ବଳ ହୋଇଥାଏ । ଏନେଇ କେଶକୁ କେମିକାଲଠାରୁ ଦୂରେଇ ରଖନ୍ତୁ ।

୩.ଖରାପ ଖାଦ୍ୟପେୟ
କେଶ ଝଡିବାର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟ । ବାହାରର ଖାଦ୍ୟ ଓ ଫାଷ୍ଟ ଫୁଡ୍ ଶରୀରକୁ କ୍ଷତି ପହଞ୍ଚାଉଥିବା ବେଳେ ଏହାର ସିଧା ପ୍ରଭାବ କେଶ ଉପରେ ପଡିଥାଏ । ଖାଦ୍ୟରେ ପ୍ରୋଟିନ୍ ଓ ଆଇରନ୍ କମ୍ ହେବାରୁ କେଶ ଝଡିବା ଆରମ୍ଭ ହୋଇଥାଏ ।

୪. ଖରାପ ପ୍ରକାରରେ କେଶ କୁଣ୍ଡାଇବା
କେଶକୁ ଠିକ୍ ରହିବା ପାଇଁ ଭଲରେ କୁଣ୍ଡାଇବା ଦରକାର । କେତେକ ଲୋକେ କେଶକୁ ଭିଡି ଭିଡି ବା ପୁରା ଟାଇଟରେ କୁଣ୍ଡାଇଥାନ୍ତି । ହେୟାର ଷ୍ଟାଇଲିସମାନେ ବି ଲୋକମାନଙ୍କର କେଶକୁ ଜୋରରେ କୁଣ୍ଡାଇଥାନ୍ତ, ଫଳରେ ତାହା ମୂଳରୁ ଉପୁଡିଯାଇ ଥାଏ ।

୫.ପ୍ରଚୁର ମେଡିସିନ୍ ଖାଇବା
କେତେକ ଲୋକେ ଛୋଟ ଛୋଟ ରୋଗ ପାଇଁ ବି ମେଡିସିନ୍ ଖାଇଥାନ୍ତି । କିନ୍ତୁ ମେଡିସିନ୍ ବେଶି ଖାଇବା ଦ୍ୱାରା କେଶ ଝଡିବା ଆରମ୍ଭ ହୋଇଥାଏ । ଏନେଇ ଅତ୍ୟଧିକ ମେଡିସିନ ସେବନ କରନ୍ତୁ ନାହିଁ । ଡିପ୍ରେସନ୍, ହାର୍ଟ ସମ୍ବନ୍ଧିୟ ସମସ୍ୟା ପାଇଁ ନେଉଥିବା ମେଡିସିନରେ କେଶ ଝଡିଥାଏ ।

୬.କେଶରେ ତେଲ ନ ଲଗାଇବା
ଲୋକେମାନେ କେଶକୁ ଫ୍ରେସ୍ ରଖିବା ପାଇଁ ସେଥିରେ ବିଲକୁଲ ତେଲ ଲଗାନ୍ତି ନାହିଁ । ଏଥିରେ କେଶ ଧିରେ ଧିରେ ଶୁଖିଲା ହୋଇଯିବା ସହ ଏଥିରେ କୁଣ୍ଡାଇବା ଆଦୌ ସମ୍ଭବ ହୋଇନଥାଏ । ଫଳରେ କେଶ ଅଧାରୁ ଛିଣ୍ଡିବାରେ ଲାଗିଥାଏ । ଏନେଇ ସପ୍ତାହକୁ ଦୁଇ ଥର କେଶରେ ତେଲ ଳଗାନ୍ତୁ ।

Get real time updates directly on you device, subscribe now.