fbpx

ପେଟ କମାଇବାକୁ ଚାହୁଁଛନ୍ତି କି , ଜାଣି ରଖନ୍ତୁ କିଛି ଟିପ୍ସ

ପେଟ ବଢ଼ିଗଲେ ପ୍ରାୟେ ସମସ୍ତେ ଚିନ୍ତିତ ହୋଇପଡନ୍ତି।କାରଣ ଏବେର ଯୁବ ପିଢ଼ି ମାନଙ୍କୁ ଶରୀର ଫିଟ ଓ ଜିରୋ ଫିଗର ଦରକାର। ଏହାସହ ପେଟ ବଢ଼ିଗଲେ କୌଣସି ଡ୍ରେସ ପିନ୍ଧିଲେ ଭଲ ଦିସିନଥାଏ। କିନ୍ତୁ କିଛି ଉପାୟ ଅବଲମ୍ବନ କଲେ ଆପଣ ଆପଣଙ୍କ ପେଟ କମାଇ ପାରିବେ। ଆସନ୍ତୁ ଜାଣିବା କିପରି ପେଟ କମାଇବା….

ଅରୁଆ ଭାତ ଆଦୌ ଖାଆନ୍ତୁ ନାହିଁ। ଯଦି ପାରୁଛନ୍ତି ବ୍ରାଉନ ରାଇସର ଭାତ ଖାଆନ୍ତୁ।

ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଠିକ୍ ସମୟରେ ଖାଆନ୍ତୁ। ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

ଲୁଣ କମ୍ ଖାଆନ୍ତୁ। କାରଣ ଏଥିରେ ଜଳ ଧାରଣ କ୍ଷମତା ଅଧିକ ରହିଥାଏ। ଫଳରେ ଶରୀରରେ ଜଳର ମାତ୍ରା ବଢ଼ିଯାଏ। ଯାହା ପେଟ କମାଇବାରେ ବାଧା ସୃଷ୍ଟି କରେ।

ଆଚାର, ପାମ୍ପଡ଼, ଖାଇବା ମଧ୍ୟ ବନ୍ଦ କରନ୍ତୁ। ଏହାସହ ଚିନି କମ୍ ଖାଇବାକୁ ଚେଷ୍ଟା କରନ୍ତୁ।

ଅଧିକ ମସଲାଯୁକ୍ତ ଖାଦ୍ୟ ନଖାଇ ସେଥିରେ ଗୋଲମରିଚ,ସୋରିଷ, ହଳଦୀ,ଲଙ୍କା ଆଦିକୁ ସାମିଲ କରନ୍ତୁ।

ପ୍ରଚୁର ପାଣି ପିଅନ୍ତୁ। ଉଷୁମ୍ ପାଣି ପିଇଲେ ଆହୁରି ଭଲ। ବାଦାମ, ଅଖ୍ରୋଟ୍ ଭଳି ଡ୍ରାଏଫୁଡ୍ ଖାଆନ୍ତୁ। ମାଂସ ଖାଆନ୍ତୁ ନାହିଁ। ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ। ସକାଳେ ପେଟପୁରା ଜଳଖିଆ ଖାଆନ୍ତୁ।

Get real time updates directly on you device, subscribe now.