fbpx

ଆର୍ଥିକ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ଲୋକେ ଧନପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ସମସ୍ତ ଚେଷ୍ଟା ପରେ ବି ସଫଳତା ମିଳିନଥାଏ । ଏହାର ସମାଧାନ ପାଇଁ ବାସ୍ତୁରେ କିଛି ଉପାୟ କୁହାଯାଇଛି, ଯାହାକୁ ଆପଣଇବା ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଆପଣଙ୍କୁ ଦୃଢ ମନୋଭାବ ଓ ବିଶ୍ୱାସର ସହ କରିବାକୁ ପଡିବ ।

ତେବେ ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଗୁରୁବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଢାଳନ୍ତୁ । ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଭ ହେବ । ଯଦି ଆପଣ ଗୁରୁ ପୁଷ୍ପ ନକ୍ଷତ୍ର ଦିନରୁ ଏପରି କରିବା ଆରମ୍ଭ କରନ୍ତି, ତେବେ ଅଧିକ ଫଳପ୍ରଦ ହେବ ।

ଗୁରୁ ଗୃହକୁ ମଜଭୁତ ଓ ଶୁଭ କରିବା ପାଇଁ ସକାଳୁ ନିୟମିତ ଭାବେ ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ସହ ହଳଦିଆ ରଙ୍ଗର କନିଆରି ଫୁଲ ଅର୍ପଣ କରନ୍ତୁୁ ।

ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ସହ ସମାନ ରଙ୍ଗର ରୁମାଲ ବି ପାଖରେ ରଖିପାରିବେ । ଏହା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆର୍ଶୀବାଦ ମିଳିଥାଏ ।

ଯଦି ଆପଣ ଗୁରୁବାର ଦିନ କୌଣସି ଶୁଭ କାମରେ ବାହାରକୁ ଯାଉଛନ୍ତି, ତେବେ ଯିବା ପୂର୍ବରୁ ହଳଦିଆ ରଙ୍ଗର ମିଠା ଖାଇକି ଯାଆନ୍ତୁ । କାର୍ଯ୍ୟ ସଫଳ ହେବ ।

Get real time updates directly on you device, subscribe now.