fbpx

ଆଖିର ସୁନ୍ଦରତା ପାଇଁ ଆପଣାନ୍ତୁ ଏହି ଟିପ୍ସ

Advertisement

ମୁହଁର ସୁନ୍ଦର କରିବା ପଛରେ ଆଖିର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ବ୍ୟସ୍ତବହୁଳତାରେ ଭରା ଦୈନନ୍ଦିନ ଜୀବନରେ ଅନେକ କାରଣ ଯୋଗୁ ଆଖି ଉପରେ ବହୁ ପ୍ରଭାବ ପଡ଼ିଥାଏ। ଯେପରି କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ବସିବା, ଉପଯୁକ୍ତ ପରିମାଣ ଭିଟାମିନ ଖାଦ୍ୟ ନ ଖାଇବା, କମ ପରିମାଣରେ ପାଣି ପିଇବା ଆଦି କାରଣ ହେତୁ ଆଖି ଉପରେ କୁପ୍ରଭାବ ପଡ଼ିବା ସହ ଏହାର ସୌନ୍ଦର୍ଯ୍ୟ କମ ହୋଇଥାଏ । ଆଖି ଶରୀରର ଏକ ସୂକ୍ଷ୍ମ ଅଙ୍ଗ ହୋଇଥିବାରୁ ବିଶେଷ ଭାବରେ ଏହାର ଯତ୍ନ ନେବା ଉଚିତ। ତେବେ ଆଖିକୁ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ…

– ଆଖିରେ ବିଶେଷ କରି ଆଖିର ତଳ ଭାଗରେ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା, ଲାଲ ହେବା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ଆଖି ପାଇଁ ଖୁବ ଲାଭଦାୟକ ଅଟେ ।

– ଲିଚୁ ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ଅଟେ। ସେପରି ଆଖି ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଆଖିର ଦାଗ ଦୂର କରିବା ସହ ଏହାର ଉଜ୍ଜ୍ୱଳତା ବଢାଇଥାଏ। ଏହାକୁ ଦୁଇଫାଳ କରି ଆଖିରେ ଲଗାଇ ୨୦ ରୁ ୩୦ ମିନିଟ ରଖିଲେ ଏହା ଆଖି ପାଇଁ ଖୁବ ଉପକାରୀ ହୋଇଥାଏ ।

-ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍ ହେବା ସ୍ବାଭାବିକ। କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ମିଳିଥାଏ।

– କାକୁଡ଼ିରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଏ। ଏହାର ଆଖିର ଥକ୍କାପଣ ଦୂର କରିଥାଏ। ଆଖି ତଳର କଳା ଦାଗ ଦୂର କରିବା ସହ ଏହାର ସୌନ୍ଦର୍ଯ୍ୟ ବଢାଇଥାଏ। କାକୁଡ଼ିକୁ ଗୋଲ ଆକୃତିର ଦୁଇଫାଳ କାଟି ନିୟମତି ୧୫ ରୁ ୨୦ ମିନିଟ ଆଖି ଉପରେ ରଖନ୍ତୁ। ଆଖି ପାଇଁ ଏହା ଖୁବ ଲାଭଦାୟକ ।

Get real time updates directly on you device, subscribe now.